Latest Odisha News

BREAKING NEWS

ସଂଶୋଧନ ହେବ ରେରା ଆଇନ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ସଂଶୋଧନ ହେବ ରେରା ଆଇନ l ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l ଆଜି ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି l ତେଣୁ ରେରା ଆଇନରେ ସଂଶୋଧନର ଆବଶ୍ୟକ ହେଉଛି l ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ l ଆଲୋଚନା ପାଇଁ ଆମେ ନଗର ଉନ୍ନୟନ ବିଭାଗକୁ ଡାକିଛୁ l ତେବେ ଆଇନରେ କଣ ସଂଶୋଧନ ଆବଶ୍ୟକ ସେ ବିଷୟରେ ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l

କହିରଖୁଛୁ ଯେ ରିଅଲଇଷ୍ଟେଟ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା l ରେରା ଆଇନ ଅନୁସାରେ କିଛି ବି ଆପାର୍ଟମେଣ୍ଟ, ଫ୍ଲାଟ, ଜାଗା କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ ଗଢ଼ିପାରିବେ l ଏହାର ଅର୍ଥ ଆପାର୍ଟମେଣ୍ଟ କିଣିବା ସମ୍ପର୍କିତ ଦଲିଲ ଆଦି ସଠିକ ସତ୍ୟତାର ସହ ପାଇପାରିବେ l ଏହି ଆସୋସିଏସନ ରହିବ ଦ୍ୱାରା କେହି ମଧ୍ୟ ଠକାମିର ଶିକାର ହେବେ ନାହିଁ l ଯଦି ଫ୍ଲାଟ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲଂଘନ ହୁଏ ତେବେ ସେହିପରି କ୍ଷେତ୍ରରେ ଆସୋସିଏସନ ରେରା ଆଇନ ଅନୁସାରେ ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ l ରେରା ଆଇନ ବଳବତ୍ତର ରହିଥିବା ବେଳେ ପୂର୍ବତନ ରାଜ୍ୟ ସରକାର ଆପାର୍ଟମେଣ୍ଟ ମାଲିକାନା ନିୟମାବଳୀ, 2021 କାର୍ଯ୍ୟକାରୀ କରିଥିଲେ l

Leave A Reply

Your email address will not be published.