Latest Odisha News

BREAKING NEWS

ବିଷ୍ଣୋଇ ଗ୍ୟାଙ୍ଗର ହିଟଲିଷ୍ଟରେ ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଶନିବାର ମୁମ୍ବାଇରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ତାଙ୍କୁ ହତ୍ୟା କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଏବେ ଏକ ନୂଆ ତଥ୍ୟ ସାମନାକୁ ଆସିଛି। ବାବା ସିଦ୍ଦିକିଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକି ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗର ଲିଷ୍ଟରେ ଥିବା ଜାଣିବାକୁ ମିଳିଛି। ଏଥିପାଇଁ ବିଷ୍ଣୋଇ ଗ୍ୟାଙ୍ଗ କଣ୍ଟ୍ରାକ୍ଟ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆଗକୁ ଜିଶାନ ମଧ୍ୟ ଏହି ଗ୍ୟାଙ୍ଗ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।

ବାବା ସିଦ୍ଦିକି ଓ ପୁଅ ଜିଶାନଙ୍କୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟ ମିଳିଥିବା ଗିରଫ ସୁଟରମାନେ କହିଛନ୍ତି। ଶନିବାର ସନ୍ଧ୍ୟାରେ ଉଭୟ ବାବା ସିଦ୍ଦିକି ଓ ଜିଶାନ ଘଟଣାସ୍ଥଳରେ ଉପସ୍ଥିତି ରହିବା ନେଇ ସୁଟରମାନଙ୍କୁ ସୂଚନା ଦିଆଯାଇଥିଲା। କିନ୍ତୁ ଉଭୟ ବାପା-ପୁଅଙ୍କୁ ଏକାଠି ନପାଇ ସେମାନେ କେବଳ ବାବା ସିଦ୍ଦିକୀଙ୍କୁ ଗୁଳି କରିଥିଲେ।

ଜିଶାନ ସିଦ୍ଦିକି ବାନ୍ଦ୍ରା ଇଷ୍ଟ ଆସନରୁ କଂଗ୍ରେସ ପକ୍ଷରୁ  ନିର୍ବାଚନ ଜିତିବା ପରେ କ୍ରସ ଭୋଟିଂ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ତାଙ୍କୁ ଏବେ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା କରିବାକୁ ଯୋଜନା ରଖିଛି। ଶନିବାର ବାବା ସିଦ୍ଦିକିଙ୍କୁ ବାନ୍ଦ୍ରା ସ୍ଥିତ ଜିଶାନଙ୍କ ଅଫିସ ବାହାରେ ୩ ଜଣ ଯୁବକ ଗୁଳି କରି ହତ୍ୟା କରିଥିଲେ।  ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।  ଅନ୍ୟପକ୍ଷରେ ଗିରଫ ହୋଇଥିବା ଜଣେ  ବ୍ୟକ୍ତି ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରି ଫେସବୁକରେ ଗୋଟିଏ ପୋଷ୍ଟ କରିଥିଲା।

Comments are closed.