Latest Odisha News

BREAKING NEWS

ରତନ ଟାଟାଙ୍କ ନାମରେ ନାମିତ ହେବ ମହାରାଷ୍ଟ୍ର ରାଜ୍ୟ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟ

ମୁମ୍ବାଇ: ଦିବଂଗତ ଶିଳ୍ପପତି ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ମହାରାଷ୍ଟ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି । ଏକନାଥ ସିନ୍ଦେଙ୍କ ସରକାର ମହାରାଷ୍ଟ୍ର ରାଜ୍ୟ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟକୁ ‘ରତନ ଟାଟା ମହାରାଷ୍ଟ୍ର ରାଜ୍ୟ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟ’ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଚାରିଆଡ଼େ ପ୍ରଶଂସା କରାଯାଉଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଦେଶର ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ହୋଇଛି । ଏହାପରେ ସାରା ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି । ସେହିପରି କ୍ୟାବିନେଟ ବୈଠକରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ସରକାର ଏବେ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ଜାଣିବାକୁ ମିଳିଛି।

 

 

Leave A Reply

Your email address will not be published.