Latest Odisha News

ଏହି ଦିନ ଦେଖାଯିବ ଚଳିତ ବର୍ଷର ସବୁଠୁ ଉଜ୍ବଳ ଜହ୍ନ

ନୂଆଦିଲ୍ଲୀ: ୨୦୨୪ ମସିହା ଅକ୍ଟୋବର ୧୭ ତାରିଖରେ ସୁପରମୁନ ଦେଖାଯିବ। ଏହି ରାତିରେ ଲୋକମାନେ ଏକ ଉଜ୍ଜ୍ବଳମୟ ଚନ୍ଦ୍ରକୁ ଦେଖିପାରିବେ। ଏହି ରାତିର ଚନ୍ଦ୍ର ଅନ୍ୟ କୌଣସି ପୂର୍ଣ୍ଣଚନ୍ଦ୍ର ଅପେକ୍ଷା ବଡ଼ ଏବଂ ପୃଥିବୀର ନିକଟତର ଦେଖାଯିବ। ଏହା ବର୍ଷର ତୃତୀୟ ସୁପରମୁନ୍ ହେବ।

ଅକ୍ଟୋବର ୧୭ ପରେ ସୁପରମୁନ୍ ନଭେମ୍ବର ୧୬ ଏବଂ ପୁନର୍ବାର ଡିସେମ୍ବର ୧୫ରେ ଦୃଶ୍ୟମାନ ହେବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁପରମୁନ ଭାରତ ସମେତ ସାରା ବିଶ୍ୱରେ ୩ ଦିନ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ମଙ୍ଗଳବାର ରାତିରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଲୋକମାନେ ଏହି ବିରଳ ଘଟଣାକୁ ନିଜ ଆଖିରେ ଦେଖିପାରିବେ। ଅକ୍ଟୋବର ୧୭ ଗୁରୁବାର ଭୋର ପ୍ରାୟ ୪ଟା ୩୦ମି. ସମୟରେ ଭାରତରେ ସୁପରମୁନ୍ ଦୃଶ୍ୟମାନ ହେବ।

ଅକ୍ଟୋବର ମାସରେ ଘଟୁଥିବା ଏହି ଘଟଣା ମଧ୍ୟ ଋତୁ ପରିବର୍ତ୍ତନର ପ୍ରତୀକ ଅଟେ। ଏହି ପୂର୍ଣ୍ଣଚନ୍ଦ୍ର ରାତିକୁ ଶରଦ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, କୋଜାଗାରୀ ପୂର୍ଣ୍ଣିମା, ନବାନ୍ନ ପୂର୍ଣ୍ଣିମା, କୌମୁଦୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ଚନ୍ଦ୍ର ହାର୍ବେଷ୍ଟ ମୁନ ପରେ ଦେଖାଯାଏ।

 

Leave A Reply

Your email address will not be published.