Latest Odisha News

ଆହୁରି ଶକ୍ତିଶାଳୀ ହେବ ବାୟୁସେନା, ଆମେରିକାଠୁ କିଣିବ ପ୍ରିଡେଟର ଡ୍ରୋନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅଲ କାଏଦାକୁ ସଫା କରିବାରେ ପ୍ରିଡେଟର ଡ୍ରୋନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ହଜାରେ କିଲୋମିଟର ଦୂରରେ ବସି ଯେକୌଣସି ଲକ୍ଷ୍ୟ ଉପରେ ନଜର ରଖାଯାଇ ସଠିକ୍ ଟାର୍ଗେଟ କରାଯାଉଥିଲା। ଏବେ ଭାରତୀୟ ସେନା ମଧ୍ୟ ଏଭଳି କରିପାରିବ।

ଚୀନ୍ ସୀମା ହେଉ କିମ୍ବା ପାକିସ୍ତାନ, ସବୁ ଜାଗାରେ ତଦାରଖ କରାଯାଇପାରିବ। କାରଣ ଭାରତ ବର୍ତ୍ତମାନ ସେହି ସମାନ MQ9B ଡ୍ରୋନ୍ ହାତେଇବାକୁ ଯାଉଛି। ଆମେରିକା ସହିତ ଏହି ଚୁକ୍ତି ଉପରେ ଅନ୍ତିମ ମୋହର ବାଜିଛି।

ରିପୋର୍ଟ ଅନୁଯାୟୀ, ୩.୯୯ ବିଲିୟନ ଡ଼ଲାରର ଏହି ଚୁକ୍ତିରେ ଭାରତକୁ 31 MQ-9B ରିମୋର୍ଟଲି ପାଇଲଟେଡ୍ ଏୟାରକ୍ରାଫ୍ଟ  ଏବଂ ତତସଙ୍ଗତ ଉପକରଣ ମିଳିବ। ଏହା MQ9B ଡ୍ରୋନର ଏକ ଆଡଭାନ୍ସଡ ଭର୍ସନ। ଆମେରିକୀୟ କମ୍ପାନୀ ଜେନେରାଲ୍ ଆଟୋମିକ୍ ସହିତ ଡିଲ୍ ସ୍ୱାକ୍ଷରିତ ହୋଇଥିବା ଜଣାପଡିଛି। ଏହା ବ୍ୟତୀତ ଡ୍ରୋନର ରକ୍ଷଣାବେକ୍ଷଣା ଏବଂ ମରାମତି ପାଇଁ ଭାରତରେ କେନ୍ଦ୍ର ସ୍ଥାପନ ପାଇଁ ମଧ୍ୟ ଚୁକ୍ତି ହୋଇଛି।

ଅପରପକ୍ଷରେ ମୋଟ ୩୧ଟି ଡ୍ରୋନ୍ ମଧ୍ୟରୁ ୧୫ ଟି ନୌସେନାକୁ, ଆଠଟି ଡ୍ରୋନ୍ ସ୍ଥଳସେନା ଏବଂ ବାୟୁସେନାକୁ ଦିଆଯିବ।

Leave A Reply

Your email address will not be published.