Latest Odisha News

BREAKING NEWS

ପୁଣି ବୋମା ଧମକ, ମୁମ୍ବାଇରେ ଜରୁରୀ ଅବତରଣ କଲା ଭିସ୍ତାରା ଏୟାରଲାଇନ୍ସ

ମୁମ୍ବାଇ: ଗତ କିଛି ଦିନ ହେବ ବିମାନ ଗୁଡିକୁ ବୋମାରେ ଉଡ଼ାଇବାକୁ ଧମକ ଦିଆଯାଉଛି। ଗୁରୁବାର ଦିନ ଜର୍ମାନୀର ଫ୍ରାଙ୍କଫର୍ଟରୁ ମୁମ୍ବାଇକୁ ଆସୁଥିବା ଭିସ୍ତାରା ବିମାନ (ବୋଇଙ୍ଗ 787 ବିମାନ) କୁ ବୋମା ଧମକ ଦିଆଯାଇଥିଲା।

ଏହି ଧମକ ପରେ ବିମାନଟିକୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହା ପରେ ତୁରନ୍ତ ବିମାନଟିକୁ ଅନ୍ୟ ସ୍ଥାନକୁ ନିଆଯାଇ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ପରେ କିଛି ମିଳିନଥିବା ଜଣାପଡିଛି।

ସୂଚନାନୁସାରେ, ବିମାନରେ ୧୩୪ ଜଣ ଯାତ୍ରୀ ଥିବା ବେଳେ ୧୩ ଜଣ କ୍ରୁ ସଦସ୍ୟ ଥିଲେ। ଭିସ୍ତାରା ପକ୍ଷରୁ ବିବୃତ୍ତିରେ କୁହାଯାଇଛି ଯେ ଫ୍ରାଙ୍କଫର୍ଟ୍-ମୁମ୍ବାଇ ବିମାନକୁ ଧମକ ମିଳିବା ପରେ ​​ସୁରକ୍ଷିତ ଅବତରଣ କରାଯାଇଛି।

Leave A Reply

Your email address will not be published.