Latest Odisha News

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଅଭିନେତା ବୁଦ୍ଧାଦିତ୍ୟଙ୍କ ନାମରେ ଏତଲା

ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ପ୍ରଦେଶ ଛାତ୍ର କଂଗ୍ରେସ । ବୁଦ୍ଧାଦିତ୍ୟ ସନ୍ତ୍ରାସବାଦକୁ ସମର୍ଥନ କରୁଥିବା ଜଣେ ଅପରାଧୀ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଅଭିଯୋଗ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବୁଦ୍ଧାଦିତ୍ୟ, ଲରେନ୍ସ ବିଷ୍ଣୋଇକୁ ଭାରତର ସରକାରୀ ଗୁପ୍ତଚର ସଂସ୍ଥା ବୋଲି କହିଛନ୍ତି । କାରଣ ଆମେରିକାର ସିଆଇ ଓ ଜର୍ମାନର ଗେଷ୍ଟପୋ ସହ ଲରେନ୍ସ ବିଷ୍ଣୋଇ କୁ ତୁଳନା କରାଯାଇଛି । ଅର୍ଥାତ୍ ଏହି ବ୍ୟକ୍ତି ଭାରତର ସରକାରୀ ଗୁପ୍ତଚର ସଂସ୍ଥା ବୋଲି ପରୋକ୍ଷରେ କୁହାଯାଇଛି ।

ମୁଖ୍ୟ ପ୍ରସଙ୍ଗ ହେଉଛି ସେ ବାବା ଶିଦ୍ଦିକିଙ୍କ ହତ୍ୟା ପରେ ରାହୁଲ ଗାନ୍ଧୀଙ୍କ ପାଳି ପଡ଼ିବ ବୋଲି ତାଙ୍କ ଫେସବୁକ୍ ଆଇଡିରେ ପୋଷ୍ଟ କରିଛନ୍ତି । ରାହୁଲ ଗାନ୍ଧୀ ହେଉଛନ୍ତି ଭାରତର ବିରୋଧୀ ଦଳ ନେତା । ଅର୍ଥାତ୍ ବିରୋଧୀ ଦଳର ନେତାଙ୍କୁ କିପରି ହତ୍ୟା କରାଯିବ ସେ ଲରେନ୍ସ ବିଷ୍ଣୋଇଙ୍କୁ ପ୍ରଭାବିତ କରୁଛନ୍ତି ତାଙ୍କ ପୋଷ୍ଟ ମାଧ୍ୟମରେ।

ଯିଏ ରାଷ୍ଟ୍ରର ବିରୋଧୀ ଦଳର ନେତା ତାଙ୍କୁ ହତ୍ୟା କରିବାକୁ ଉସ୍କାଉଛି ସେ ନିଶ୍ଚିନ୍ତ ଜଣେ ଅପରାଧୀ । ପ୍ରଦେଶ ଛାତ୍ର କଂଗ୍ରେସ ବୁଦ୍ଧାଦିତ୍ୟଙ୍କୁ ଗିରଫ କରିବାକୁ ଆଜି କ୍ୟାପିଟାଲ ଥାନାରେ ଏକ ଏତେଲା କରିବାସହ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛି ।

Leave A Reply

Your email address will not be published.