Latest Odisha News

BREAKING NEWS

ବିକଶିତ ହେବ ୭୫ଟି ଲାଇଟ୍ ହାଉସ, ଆକୃଷ୍ଟ ହେବେ ପର୍ଯ୍ୟଟକ

ପୁରୀ: ଭାରତବର୍ଷରେ ସମୁଦାୟ ୨୦୩ଟି ଲାଇଟ ହାଉସ ରହିଛି। ଏହା ମଧ୍ୟରୁ ୭୫ଟି ଲାଇଟ ହାଉସକୁ ପର୍ଯ୍ୟଟନ ଦୃଷ୍ଟି କୋଣରୁ ବିକଶିତ କରାଯାଉଛି। ତା ମଧ୍ୟରେ ୧୩ଟି ଲାଇଟ ହାଉସରେ ଲିଫ୍ଟର ବ୍ୟବହାର ହେବ। ଏ ନେଇ ଜାହାଜ ଓ ବନ୍ଦର ମନ୍ତ୍ରଣାଳୟ ସହ ପର୍ଯ୍ୟଟନ ବିଭାଗ କାର୍ଯ୍ୟ ଆରମ୍ଭ କରିସାରିଛି। ପୁରୀରେ ପ୍ରଥମ ଥର ପାଇଁ ଆୟୋଜିତ ଦ୍ଵିତୀୟ ଜାତୀୟ ଲାଇଟ ହାଉସ ମହୋତ୍ସବରେ ବିଭାଗୀୟ ମନ୍ତ୍ରୀ ଏହା କହିଛନ୍ତି।

କେନ୍ଦ୍ର ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ଦ୍ଵିତୀୟ ଜାତୀୟ ଲାଇଟ ହାଉସ ମହୋତ୍ସବରେ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଗୋପୀ, କେନ୍ଦ୍ର ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରଣାଳୟ ରାଷ୍ଟ୍ର ମନ୍ତ୍ରୀ ଶାନ୍ତନୁ ଠାକୁର, ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଯୋଗ ଦେଇଥିଲେ। ଦେଶରେ ଥିବା ଲାଇଟ ହାଉସ ଗୁଡିକର ଐତିହାସିକ ପ୍ରୁଷ୍ଠଭୂମି ରହିଛି। ଏହା ଲଣ୍ଠନ ପରି କାର୍ଯ୍ୟ କରେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମଗ୍ର ଦେଶରେ ପର୍ଯ୍ୟଟନର ବିକାଶ ସହ ଭାରତମାଳା ପ୍ରକଳ୍ପ ଚାଲିଛି। ଐତିହ୍ୟ ସମ୍ପର୍ଣ୍ଣ ଲାଇଟ ହାଉସ ଗୁଡିକର ବିକାଶ ଓ ପୁନରୁଦ୍ଧାର ସହ ଦେଶରେ ନୂଆ ଲାଇଟ ହାଉସ ଖୋଳିବା ପାଇଁ ପରିକଳ୍ପନା କରାଯାଉଛି।

ଐତିହ୍ୟ ସମ୍ପର୍ଣ୍ଣ ଲାଇଟ ହାଉସ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୭୫ଟି ଲାଇଟ ହାଉସର ବିକାଶ କରାଯାଉଛି। ସେଠାରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲ, ରେସ୍ତୋରାଁ, ଆମ୍ୟୁଜମେଣ୍ଟ ପାର୍କ ଓ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ରହିବା। ଏହା ଦ୍ୱାରା ପର୍ଯ୍ୟଟକ ମାନେ ଲାଇଟ ହାଉସ ଗୁଡିକରେ ସମୟ ଅତିବାହିତ କରିବା ସହ ଲାଇଟ ହାଉସ ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ। ଏଥିସହ ବିଚ ସ୍ପୋର୍ଟସର ମଧ୍ୟ ବିକାଶ କରାଯାଉଛି। ୨୦୩୨ ଅଲମ୍ପିକକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ସହ ଜଡିତ ସମସ୍ତ ଆନୁଷଙ୍ଗିକ ଵ୍ୟଵସ୍ଥା, ଭିତ୍ତିଭୂମିର ବିକାଶ କରାଯାଉଥିବା ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.