Latest Odisha News

BREAKING NEWS

ହ୍ୟାଣ୍ଡପମ୍ପ ପରେ ପଙ୍ଖା; ସନ୍ନି ଦେଓଲଙ୍କ ଫିଲ୍ମ ‘ଜାଟ’ର ପୋଷ୍ଟର ରିଲିଜ

ମୁମ୍ବାଇ: ୧୯ ଅକ୍ଟୋବରରେ ଆକ୍ସନ୍ ସୁପରଷ୍ଟାର୍ ସନ୍ନି ଦେଓଲ୍ ନିଜ ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସନ୍ନି ଦେଓଲ ନିଜର ଅପକମିଂ ଚଳଚ୍ଚିତ୍ର ‘ଜାଟ’ର ପୋଷ୍ଟର ରିଲିଜ କରିଛନ୍ତି। ଯେଉଁଥିରେ ତାଙ୍କ ଡେଞ୍ଜରିୟସ୍ ଲୁକ୍ ଦେଖିବାକୁ ମିଳିଛି।

ଗୋପୀଚାନ୍ଦ ମାଲିନେନି ‘ଜାଟ’ର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ଆକ୍ସନ୍ ଏବଂ ଡ୍ରାମାରେ ଭରପୂର ହେବାକୁ ଯାଉଛି। ତେବେ ଗୋପୀଚାନ୍ଦ ଏବଂ ସନି ଦେଓଲଙ୍କ ଫିଲ୍ମ ବିଷୟରେ ଜାଣି ଫ୍ୟାନ୍ସ ଖୁବ୍ ଉତ୍ସାହିତ।

ଏହି ଫିଲ୍ମର ପୋଷ୍ଟରରେ ସନ୍ନି ତାଙ୍କ ହାତରେ ଏକ ବଡ ପଙ୍ଖା ଧରିଛନ୍ତି ଏବଂ ତାଙ୍କ ଚେହେରା ରକ୍ତରେ ଭିଜିଥିବା ଦେଖିବାକୁ ମିଳିଛି।

ଏହି ଚଳଚ୍ଚିତ୍ରରେ ରଣଦୀପ ହୁଡା, ସାୟାମି ଖେର ଏବଂ ରେଜିନା କେସେନଡ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ମିଥ୍ରି ମୁଭି ମେକର୍ସ ଏବଂ ପିପଲ୍ ଫ୍ୟାକ୍ଚ୍ରି ମିଳିତ ଭାବେ ‘ଜାଟ’ ପ୍ରଡ୍ୟୁସ କରୁଛନ୍ତି।

 

Leave A Reply

Your email address will not be published.