Latest Odisha News

ସାଇବର ଆଟାକରୁ କିପରି ପାଇବେ ରକ୍ଷା ?

ଭୁବନେଶ୍ବର: ଦିନକୁ ଦିନ ବଢି ଚାଲିଛି ସାଇବର ଅପରାଧ। ସକ୍ରିୟ ହେଉଛନ୍ତି ସାଇବର ଅପରାଧୀ। ସବୁ ଆଇନକୁ ଚକମା ଦେଇ ବଢାଉଛନ୍ତି ଅପରାଧ। ସାଇବର କ୍ରାଇମର ଶିକାର ହେଉଛନ୍ତି ପ୍ରାୟ ସବୁ ବର୍ଗର ଲୋକ। ଏହା ଲୋକଙ୍କ ଆଖିରୁ ନିଦ ଛଡାଇ ନେଇଥିବା ବେଳେ ଚୋରାଇ ନେଉଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ଏମିତିକି ଖାଲି କରି ଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ। ହେଲେ ସାଇବର ଆଟାକ ସମ୍ପର୍କରେ ଆଜି ମଧ୍ୟ ଅନେକ ଲୋକ ଅବଗତ ନୁହନ୍ତି। ତେଣୁ ଫୋନରେ ଆସୁଥିବା ଅଜଣା କଲ, ମେସେଜ, ହ୍ଵାଟ୍ସଆପରେ ଆସୁଥିବା ମେସେଜ କିମ୍ବା ଲିଙ୍କରେ କ୍ଲିକ କରି ହରାଉଛନ୍ତି ବହୁତ ଗୁରୁତ୍ବପୂର୍ଣ୍ଣ ତଥ୍ୟ।

କ’ଣ ଏହି ସାଇବର ଆଟାକ ?
ଆମେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ଡିଜିଟାଲ ହୋଇ ସାରିଛି। ଡିଜିଟାଲ ଇଣ୍ଡିଆ ଆଡକୁ ଆମେ ଅଗ୍ରସର ହେଉଛେ। କୌଣସି କାମ କରିବା ପାଇଁ ବ୍ୟବହାର ହେଉଛି ମେସିନ। ତେଣୁ ବ୍ୟବହାର ବେଳେ ଗୁରୁତ୍ବପୂର୍ଣ୍ଣ ଓ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ କରିବା ଉଚିତ। ଏକାଧିକ କମ୍ପ୍ୟୁଟର ବ୍ୟବହାର କରି କୌଣସି ତଥ୍ୟ ଚୋରିର ପ୍ରକ୍ରିୟାକୁ କୁହାଯାଏ ସାଇବର ଅଟକ । ସାଇବର ଆଟାକ ଦ୍ବାରା କେବଳ ପଇସା ବା ତଥ୍ୟ ଚୋରି ନୁହେଁ , ବରଂ ଏହାଦ୍ବାରା ଭୟଙ୍କର ଅପରାଧ ମଧ୍ୟ ଘଟୁଛି। ଏହାଦ୍ବାରା ଆତଙ୍କୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଭଳି କାର୍ଯ୍ୟ ମଧ୍ୟ ହେଉଛି । ଏକ ସର୍ଭେ ଅନୁସାରେ ଭାରତରେ ଦିନକୁ ୪୭ ହଜାର ସାଇବର ଆଟାକ ହେଉଛି।

ଫ୍ରଡ କଲ, ଫିସିଙ୍ଗ ମେଲ, ମେସେଜରୁ କିପରି ରହିବେ ସୁରକ୍ଷିତ ?
ଫିସିଙ୍ଗର ଅର୍ଥ କୌଣସି ଲୋଭ ଦେଖାଇ ଠକିବା। ଆଜିକାଲି ମେସେଜ, କଲ୍ ଓ ମେଲ ଦ୍ବାରା ବିଭିନ୍ନ ଅଫର ଦିଆଯାଉଥିବାର ଖବର ସାମନାକୁ ଆସୁଛି। ଏପରି ଭାବେ ସାଇବର ଅପରାଧୀମାନେ ବିଭିନ ପ୍ରଲୋଭନ ଦେଖାଇ ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ଚୋରାଇବା ପରେ ସେମାନଙ୍କୁ ବିଭିନ୍ନ ଉପାୟରେ ଠକୁଛନ୍ତି। ଅନ୍ୟପକ୍ଷରେ ନକଲି ସୋସିଆଲ ମିଡ଼ିଆ ପ୍ରୋଫାଇଲ, ବ୍ୟାଙ୍କ ଅଧିକାରୀ, କଷ୍ଟମର କେୟାର ନାରେ ଅନେକ ଠକେଇ ଚାଲିଛି।

ସାଇବର ଆଟାକରୁ କିପରି ପାଇବେ ରକ୍ଷା?
ସାଇବର ଆଟାକ ରୋକିବା ପାଇଁ ସଚେତନ ହେବାର ଆବଶ୍ୟକତା ରହିଛି। କୌଣସି ଅଜଣା ମେସେଜ କିମ୍ବା ଲିଙ୍କ ମୋବାଇଲକୁ ଆସିଲେ ସେଥିରେ କ୍ଲିକ ନ କରିବା ଉଚିତ। ନିଜର ମୂଲ୍ୟବାନ ତଥ୍ୟ ବଞ୍ଚାଇବାକୁ କମ୍ପ୍ୟୁଟର ମୋବାଇଲ ଆଦିକୁ ଯତ୍ନର ସହ ବ୍ୟବହାର କରିବା ଦରକାର। ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, କୌଣସି ଅଜଣା ଲିଙ୍କରେ କ୍ଲିକ କଲେ ଆପଣ ମୂଲ୍ୟବାନ ତଥ୍ୟ ହରାଇପାରନ୍ତି। ଏହା ଏକ ମଲୱେରକୁ ଆକ୍ଟିଭ କରିବା ସହିତ ମୋବାଇଲ ଓ କମ୍ପ୍ୟୁଟରକୁ ସମ୍ପୂର୍ଣ୍ଣ ହ୍ୟାକ କରିଥାଏ। ଏପରି ପରିସ୍ଥିତିରେ ସିଷ୍ଟମ ସଟ ଡାଉନ କରିଦେବା ସହ ମୋବାଇଲରୁ ସିମ କାର୍ଡ କାଢିଦେବା ଆବଶ୍ୟକ। ଯାହାଦ୍ବାରା କେତେକାଂଶରେ ଆପଣ ସାଇବର କ୍ରୟମରୁ ବଞ୍ଚି ପାରିବେ। ସେହିପରି ମୋବାଇଲ ବା କମ୍ପ୍ୟୁଟରକୁ ଆସୁଥିବା ଫ୍ରଡ ମେସେଜକୁ କ୍ଲିକ ନକରି ଏହାକୁ ବ୍ଲକ କରିଦେବା ଉଚିତ। କୌଣସି ଅଜଣା ବ୍ୟକ୍ତିଙ୍କୁ ଜନ୍ମ ତାରିଖ, ଠିକଣା, ଏଟିଏମ ପିନ , କାର୍ଡ ନମ୍ବର, ସିଭିଭି, ଲାଷ୍ଟ ଟ୍ରାନଜାକ୍ସନ ତଥା ଓଟିପି ଦେବା ଉଚିତ ନୁହେଁ। ସେହିପରି ନକଲି ସୋସିଆଲ ମିଡ଼ିଆ ପ୍ରୋଫାଇଲରୁ ଦୂରେଇ ରହିବା ସହ ସନ୍ଦେହ ହେଲେ ବ୍ଲକ କରିବା ଦରକାର।

ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ

Leave A Reply

Your email address will not be published.