Latest Odisha News

“ନୋ କ୍ଲିନ୍ ସେଭ୍, ନୋ ଲଭ୍” ନାରାରେ ରାସ୍ତାକୁ ଓହ୍ଲାଇଲେ ମହିଳା, ସମସ୍ତେ ତାଜୁବ୍…

ଭୋପାଳ: ବର୍ତ୍ତମାନ ଦୁନିଆରେ ବିଭିନ୍ନ ପ୍ରସଙ୍ଗ ନେଇ ଲୋକ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଉଛନ୍ତି । କିଏ ନ୍ୟାୟ ଦାବିରେ ତ ଆଉ କିଏ ସମାଜରେ କିଛି ଧାରାରେ ପରିବର୍ତ୍ତନ ଆଣିବାରେ । କିନ୍ତୁ ଏବେ ଏମିତି ଏକ ପ୍ରତିବାଦ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ତାଜୁବ୍ କରିଛି । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ‘ଇଏ କେମିତିକା ଦାବି?’

ପ୍ରକୃତରେ ଏବେ ସୋସିଆଲ ମିଡିଆରେ କିଛି ମହିଳାଙ୍କ ପ୍ରତିବାଦର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମହିଳାମାନେ ଏକ ନିଆରା ପସଙ୍ଗକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ପୁରୁଷଙ୍କ ପାଇଁ ଦାଢ଼ି ରଖିବା ଜରୁରୀ ନା ମହିଳାବନ୍ଧୁ ଜରୁରୀ ତାହା ଚୟନ କରିବାକୁ ଏହି ପ୍ରତିବାଦରେ କୁହାଯାଇଛି। ଯେଉଁଥିରେ ପ୍ରଦର୍ଶନକାରୀ ମହିଳାମାନେ ପ୍ଲାକାର୍ଡ ଧରିବା ସହିତ ନକଲି ଦାଢ଼ି ଲଗାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ପ୍ଲାକାର୍ଡରେ ଲେଖାଯାଇଛି  ‘ନୋ କ୍ଲିନ୍ ସେଭ୍ ନୋ ଲଭ୍’, ‘ ଦାଢି ହଟାଅ, ଭଲପାଇବା ବଞ୍ଚାଅ’, ‘ଦାଢି ରଖ ନହେଲେ ଗର୍ଲଫ୍ରେଣ୍ଡ ରଖ, ଚୟନ ତୁମର’, ‘ବିନା ଦାଢିବାଲା ବୟଫ୍ରେଣ୍ଡ ଏବେ ଆମର ଇଚ୍ଛା’ । ଯାହା ଏବେ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିଛି ।

ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି ଦର୍ଶକ । କେହି କେହି ଏହାକୁ ମଜାଳିଆ ଭିଡିଓ ଭାବେ ନେଇଥିବା ବେଳେ କେହି କେହି ଏହା ବି କହିଛନ୍ତି, ଦାଢି ଆମର ରହିବ । ଇତିହାସରେ ମଧ୍ୟ ଦାଢି ଥିଲା । ଆଦିବମଣିଷମାନଙ୍କର ମଧ୍ୟ ଦାଢି ରହିଥିଲା । ତୁମକୁ ଏବେ ଯଦି ଅସୁବିଧା ହେଉଛି ତାହାଲେ ଘରେ ରୁହ ବୋଲି କଡା କାଉଣ୍ଟର ମଧ୍ୟ କରାଯାଇଛି ।

ତେବେ ଏହି ଭିଡିଓଟି ମଧ୍ୟପ୍ରଦେଶ ଇନ୍ଦୋରର ଏକ  ମହିଳାଗୋଷ୍ଠୀମାନେ କରିଥିବା ଜଣାପଡିଥିବା ବେଳେ ବାସ୍ତବରେ ଏହାର ସତ୍ୟତା କ’ଣ ତାହା ଜଣାପଡିନାହିଁ । ବାସ୍ତବରେ ମହିଳାମାନେ ଏପରି ପ୍ରତିବାଦ କରିଚନ୍ତି, ନା ଏହା କେବଳ ରିଲ୍ସ କିମ୍ବା କୌଣସି ପ୍ରମୋସନାଲ ସୁଟ୍ ସେନେଇ ଦ୍ବନ୍ଦ ରହିଛି ।

Comments are closed.