Latest Odisha News

ଚିଲିକା ମଝିରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ: ଚିଲିକା ମଝିରେ ଏକ ଡଙ୍ଗା ଫସି ରହିଛି। ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଚିଲିକା ମଝିରେ ଫସିଥିଲା ଡଙ୍ଗା। ଆଜି ଅପରାହ୍ନରେ କୃଷ୍ଣପ୍ରସାଦ ଅନ୍ତର୍ଗତ ମଏସା ନିକଟ ଚିଲିକାରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ସେହି ଡଙ୍ଗାରେ ୬୦ରୁ ଅଧିକ ଯାତ୍ରୀ ଏବଂ ୪୦ ରୁ ଅଧିକ ମୋଟର ସାଇକେଲ ରହିଥିଲା। ଖବର ମୁତବକ ଡଙ୍ଗାଟି ଜହ୍ନିକୁଦା ଯାଉଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ଯାଇଥିଲା। ପ୍ରାୟ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ଡଙ୍ଗା ମଝି ଚିଲିକାରେ ଭାସମାନ ଅବସ୍ଥାରେ ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.