Latest Odisha News

BREAKING NEWS

ମାଡି ଆସୁଛି ବାତ୍ୟା, ଉତ୍ତର ଓଡିଶାରେ ବେଶୀ ପ୍ରଭାବ

ଭୁବନେଶ୍ବର: ଧୀରେ ଧୀରେ ତାର କରାଳ ରୂପ ନେଉଛି ସାମୁଦ୍ରିକ ଝଡ । ଆସନ୍ତାକାଲି ବାତ୍ୟା ରୂପ ନେବ । ଏହା ପରେ ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଛୁଇଁବ ‘ଦାନା’ । ତେବେ ଏହି ବାତ୍ୟାରେ ସବୁଠୁ ବେଶୀ ପ୍ରଭାବିତ ହେବ ଉତ୍ତର ଓଡିଶା । ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତଟି ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି ସକାଳେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । କାଳକ୍ରମେ ଏହା ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ । ଆସନ୍ତା ୨୪ ରାତି ଓ ୨୫ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ । ପୁରୀରୁ ପଶ୍ଚିମବଙ୍ଗ ସାଗରଦ୍ବୀପ ମଧ୍ୟରେ ଏହାର ପ୍ରଭାବ ରହିବ । ଏହାର ପ୍ରଭାବରେ ପୁରୀରୁ ୨୪ ପ୍ରଗଣା ଜିଲ୍ଲା ମଧ୍ୟରେ ବର୍ଷା, ପବନ ହେବ । ତେବେ ସ୍ଥଳଭାଗ ଛୁଇଁଲା ବେଳେ ପବନ ବେଗ ୧୦୦ ରୁ ୧୨୦ କିମି ରହିବ । ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏହାର ବେଶୀ ପ୍ରଭାବ ରହିବା ବେଳେ କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ ।

Leave A Reply

Your email address will not be published.