Latest Odisha News

ନିର୍ବାଚନ ଲଢିବ ଲରେନ୍ସ ବିଷ୍ଣୋଇ!, ଜାଣନ୍ତୁ କେଉଁ ଦଳ ଦେଇଛି ପ୍ରସ୍ତାବ…

ନୂଆଦିଲ୍ଲୀ: ଅପରାଧ ଜଗତର ବାଦଶାହ କୁହାଯାଉଥିବା ଲରେନ୍ସ ବିଷ୍ଣୋଇ ଏବେ ରାଜନୀତିରେ ପାଦ ଥାପିବ । ନିର୍ବାଚନ ଲଢିବ ଲରେନ୍ସ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । ଏଥିପାଇଁ ଲରେନ୍ସ ବିଷ୍ଣୋଇକୁ ମହାରାଷ୍ଟ୍ରର ଏକ ଦଳ ପ୍ରସ୍ତାବ ଦେଇଛି । ଯଦି ଲରେନ୍ସ ଚାହିଁବ ତାହାଲେ ସେ ତାଙ୍କ ଦଳରେ ଯୋଗ ଦେଇପାରିବ । ଆଉ ଦଳ ବି ପ୍ରାଣପ୍ରଣେ ଚେଷ୍ଟା କରିବ ତାକୁ ଜିତେଇବାକୁ ।

ତେବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲଢିବା ପାଇଁ ଲରେନ୍ସ ବିଷ୍ଣୋଇକୁ ଉତ୍ତରଭାରତୀୟ ବିକାଶ ସେନା (ୟୁବିଭିଏସ୍) ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏନେଇ ଦଳର ସଭାପତି ସୁନୀଲ ଶୁକ୍ଲା ଲରେନ୍ସ ବିଷ୍ଣୋଇକୁ ଚିଠି ଲେଖିଛନ୍ତି । ତେବେ ଏବେ ଲରେନ୍ସ ଅହମ୍ମଦାବାଦ ସାବରମତି କେନ୍ଦ୍ରୀୟ ଜେଲରେ ଅଛି ।

ଏନେଇ ଦଳ ଲରେନ୍ସକୁ ସହିଦ୍-ଏ-ଆଜମ୍ ସର୍ଦ୍ଦାର ଭାଗବତ ସିଂଙ୍କ ସହ ତୁଳନା କରିଛନ୍ତି । ଦଳ କହିଛି, ବିଧାନସଭା ନିର୍ବାଚନରେ ଲଢିବା ପାଇଁ ଦଳ ପକ୍ଷରୁ ୪ ଜଣଙ୍କ ନାଁ ଫାଇନାଲ ହୋଇଥିବା ବେଳେ ଲରେନ୍ସ ବିଷ୍ଣୋଇର ଅନୁମୋଦନ ପରେ ଏକ ୫୦ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଥିସହିତ ଦଳ ଚିଠିରେ ଲେଖିଛି ଯେ, ସେ ଗର୍ବିତ କି ଲରେନ୍ସ ବିଷ୍ଣୋଇ ଉତ୍ତର ଭାରତ ପଞ୍ଜାବରେ ଜନ୍ମ ହୋଇଛନ୍ତି ।

Leave A Reply

Your email address will not be published.