Latest Odisha News

BREAKING NEWS

ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଚେୟାରମ୍ୟାନ ମାଧବୀ ପୁରୀ

ନୂଆଦିଲ୍ଳୀ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବୁଚଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ସରକାର ତାଙ୍କୁ ନିର୍ଦୋଷ ପ୍ରମାଣିତ କରିଛନ୍ତି। ଏହା ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ୨୦୨୫ ମସିହା ଫେବ୍ରୁଆରୀରେ ତାଙ୍କ କାର୍ଯ୍ୟକାଳ ଶେଷ କରିବେ।

ଆମେରିକାର ହିନ୍ଦନବର୍ଗ ରିସର୍ଚ୍ଚ ଏବଂ କଂଗ୍ରେସ ଦଳ ଦ୍ୱାରା ସେବି ମୁଖ୍ୟଙ୍କ ବିରୋଧରେ ଆର୍ଥିକ ଅସଦାଚରଣ ଅଭିଯୋଗ ଆସିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଏହାକୁ ନେଇ ମାଧବୀ ପୁରୀ ତଦନ୍ତର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ହିନ୍ଦନବର୍ଗ ରିସର୍ଚ୍ଚ ସେବି ଚେୟାରମ୍ୟାନ୍ ମାଧବୀ ପୁରୀଙ୍କ ନୀରବତା ଉପରେ ପ୍ରଶ୍ନ କରିଥିଲା ​​ସେତେବେଳେ ଆର୍ଥିକ ଅସଦାଚରଣ ଅଭିଯୋଗକୁ ନେଇ  ବିବାଦ ସୃଷ୍ଟି ହୋଇଥିଲା। ମାଧବୀ ପୁରୀଙ୍କର ଆଦାନୀ ଗ୍ରୁପ୍ ସହିତ ଅନୈତିକ ଆର୍ଥିକ ସମ୍ପର୍କ ଥାଇପାରେ ବୋଲି ହିଡେନବର୍ଗ ଅଭିଯୋଗ ଆଣିଥିଲା।  ଏହି ଅଭିଯୋଗ ଏବେ ମଧ୍ୟ ତଦନ୍ତ ଅଧୀନରେ ରହିଛି।

ଏହି ଅଭିଯୋଗର ଜବାବରେ ମାଧବୀ ପୁରୀ ଏବଂ ତାଙ୍କ ସ୍ୱାମୀ ଧାୱଲ ବୁଚ କହିଛନ୍ତି, ହିନ୍ଦନବର୍ଗ ଦାବିଗୁଡିକ ଭିତ୍ତିହୀନ ଏବଂ ଏହି ଅଭିଯୋଗ ସେମାନଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର।

Leave A Reply

Your email address will not be published.