Latest Odisha News

BREAKING NEWS

ବାତ୍ଯା ‘ଦାନା’ ପାଇଁ ବୁଧବାରଠୁ ଶିମିଳିପାଳ ବନ୍ଦ

ବାରିପଦା: ଅକ୍ଟୋବର ୨୫ ସୁଦ୍ଧା ବାତ୍ଯା ‘ଦାନା’ ଓଡିଶା ଉପକୂଳରେ ପହଞ୍ଚିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।ଯାହାକୁ ନଜରରେ ରଖି ତିନି ଦିନ ପାଇଁ ମୟୂରଭଞ୍ଜ ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବନ୍ଦ ରହିବ ବୋଲି ଅଭୟାରଣ୍ୟ ପକ୍ଷରୁ ଘୋଷଣା କରାଯାଇଛି।

କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଆସୁଥିବା ‘ବାତ୍ଯା ‘ଦାନା’କୁ ଦୃଷ୍ଟିରେ ରଖି ଅକ୍ଟୋବର ୨୩ ରୁ ୨୫ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଶିମିଳିପାଳରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ତିନି ଦିନ ମଧ୍ୟରେ କୌଣସି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ଯକୁ ପ୍ରବେଶ କିମ୍ବା ପ୍ରସ୍ଥାନ କରିବ ନାହିଁ।

ଆହୁରି ମଧ୍ଯ କୁହାଯାଇଛି ଯେ ବାତ୍ଯା ପରେ ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପରେ ହିଁ ଅଭୟାରଣ୍ୟ ଖୋଲାଯିବ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ବାତ୍ଯା ‘ଦାନା’ କେନ୍ଦ୍ରାପଡାର ଭିତରକନିକା ଏବଂ ଭଦ୍ରକର ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି।

Comments are closed.