Latest Odisha News

BREAKING NEWS

‘ଦାନା’ ଭୟ: ଏହି ସବୁ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ଐତିହ୍ୟ ସ୍ଥଳୀ

ପୁରୀ: ଆସୁଥିବା ବାତ୍ୟା ପ୍ରଭାବରେ ଓଡ଼ିଶାର ୧୪ଟି ଜିଲ୍ଲାରେ ବହୁ ପ୍ରଭାବ ପଡିବ । ଏହା ସହ ତିନି ଦିନ ଧରି ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପ୍ରବଳ ବେଗରେ ପବନ ମଧ୍ୟ ଜୋରରେ ବହିବ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବଡ ଘୋଷଣା କରାଯାଇଛି ।

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପୁରୀ ସର୍କଲ ଅଧୀକ୍ଷକ ଆଜି ଏକ ନିର୍ଦ୍ଦେଶନାମା ଜାରି କରି ବାତ୍ୟା ଜନିତ ଅଘଟଣ ଏଡ଼ାଇବା ପାଇଁ ଆସନ୍ତା ୨୪ ଓ ୨୫ ତାରିଖ ୨ ଦିନ ପର୍ଯ୍ୟନ୍ତ ଏତିହ୍ୟସ୍ଥଳ ଓ ମ୍ୟୁଜିୟମ ଆଦି ବନ୍ଦ ରହିବ ବୋଲି କହିଛନ୍ତି । ପୁରୀ ସର୍କଲ ଦ୍ୱାରା ରାଜ୍ୟର ୧୪ଟି ଜିଲ୍ଲାର କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ସ୍ଥଳୀ ଓ କୀର୍ତ୍ତିରାଜିର ତଦାରଖ କରାଯାଉଛି ।

ସୂଚନା ଅନୁସାରେ ସମ୍ଭାବ୍ୟ ବାତ୍ୟା ଆସନ୍ତା ୨୪ତାରିଖ ରାତି କିମ୍ବା ୨୫ତାରିଖ ସକାଳ ସମୟରେ ପୁରୀରୁ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆଶଙ୍କାକୁ ଦୃଷ୍ଟିରେ ରଖି ପୁରୀ ଏଏସଆଇ ସର୍କଲ ଅନ୍ତର୍ଗତ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲା ରହିଛନ୍ତି ।

Leave A Reply

Your email address will not be published.