Latest Odisha News

BREAKING NEWS

ବଦଳିଲାଣି ପାଗ, ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ

ଭୁବନେଶ୍ଵର: ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ । ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିବ । ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ । ସୃଷ୍ଟ ଗଭୀର ଅବପାତଟି ଏବେ ଘଣ୍ଟାକୁ ୩ କିମି ବେଗରେ ଗତି କରୁଛି । ୨୪ ତାରିଖ ଅର୍ଥାତ୍ ଆସନ୍ତାକାଲି ରାତି କିମ୍ବା ୨୫ ତାରିଖ ସକାଳେ ଉପକୂଳ ଅତିକ୍ରମ କରିବ । ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ସେପଟେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଉପକୂଳ ଜିଲ୍ଲାରେ ଆଜି ସକାଳୁ ମେଘୁଆ ପାଗ ରହିଛି । କିଛି ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଉପକୂଳ ଅଞ୍ଚଳରେ ମେଘୁଆ ପାଗ ରହିଥିବା ବେଳେ ସନ୍ଧ୍ୟାରୁ ପାଗ ବଦଳିବା ଆରମ୍ଭ ହେବ। ବାତ୍ୟାର ରୂପ ନେବାପରେ ଉପକୂଳ ଅଞ୍ଚଳରେ ପବନ ବେଗ ଘଣ୍ଟାପ୍ରତି ୯୦ ରୁ ୧୦୦ କିମି ବେଗରେ ରହିବ । ତେବେ ପୁରୀଠାରୁ ପଶ୍ଚିମ ବଙ୍ଗର ସାଗରଦ୍ବୀପ ମଧ୍ୟରେ ବାତ୍ୟାର ପ୍ରଭାବ ରହିବ। ତେଣୁ ଏହି ଦୁଇ ରାଜ୍ୟରେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ରାଜ୍ୟର ସବୁ ବନ୍ଦରକୁ ୧ନଂ ବିପଦ ସଙ୍କେତ ଜାରି ହୋଇଥିବା ବେଳେ ୨୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ଯଜୀବିଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଖୋର୍ଧା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ କଟକ ଜିଲ୍ଲା ନିମିତ୍ତ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

Leave A Reply

Your email address will not be published.