Latest Odisha News

BREAKING NEWS

ସୃଷ୍ଟି ହେଲା ବାତ୍ୟା ‘ଦାନା’, ଦେଖାଗଲା ବାତ୍ୟାର ଆଖି

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ହେଉଛି ସାମୁଦ୍ରକ ଝଡ ଦାନା । ସାଟେଲାଇ ଚିତ୍ରରେ ଦେଖାଗଲା ବାତ୍ୟାର ଆଖି । ୨୪ରେ ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଅତିକ୍ରମ କରିବ । ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୩ କିମି ବେଗରେ ଗତି କରୁଛି ସାମୁଦ୍ରିକ ଝଡ ଦାନା । ୨୪ ରାତି କିମ୍ବା ୨୫ ସକାଳେ ଉପକୂଳ ଅତିକ୍ରମ କରିବ । ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ ।

ସାଟେଲାଇ ଚିତ୍ରରେ ଦେଖାଗଲା ବାତ୍ୟାର ଆଖି । ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି । ପାଖାପାଖି ୧୯ଟି ଜିଲ୍ଲାରେ ବାତ୍ୟା ଦାନାର ପ୍ରଭାବ ପଡିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ପୂର୍ବରେ ୫୬୦ କିଲୋମିଟର ଦୂରରେ ରହିଛି। ସାଗର ଦ୍ବୀପର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୩୦ କିଲୋମିଟର ଓ ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୩୦ କିଲୋମିଟର ଦୂରରେ ରହିଛି।

ପଞ୍ଜାବ ଭଟିଣ୍ଡାରୁ ଭୁବନେଶ୍ବରରେ ପହଞ୍ଚିଲେ ୫ଟି ଏନଡିଆରଏଫ ଟିମ୍। ଗତକାଲି ମଧ୍ୟରାତିରେ ଏହି ଟିମ୍ ଭୁବନେଶ୍ବର ବିମାନବନ୍ଦରେ ପହଞ୍ଚିଛନ୍ତି। ୫ଟି ଟିମ୍ ରେ ମୋଟ ୧୫୨ ଜଣ ସଦସ୍ୟ ଅଛନ୍ତି। ସେହିପରି ବାତ୍ୟା ମୁକାବିଲା ପାଇଁ ୧୩ ଜିଲ୍ଲାରେ ମୁତୟନ ହୋଇଛନ୍ତି ୨୮୮ ଉଦ୍ଧାରକାରୀ ଟିମ୍। ସେମାନଙ୍କ ମଧ୍ୟରୁ ୧୯ଟି ଏନଡିଆରଏଫ, ୫୧ଟି ଓଡ୍ରାଫ୍, ୧୭୮ଟି ଅଗ୍ନିଶମ ଟିମ୍ ଥିବା ବେଳେ, ୪୦ଟି ଅତିରିକ୍ତ ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି।

ଅନ୍ୟପଟେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ସେହିପରି ତୁରନ୍ତ ଦୀଘା ଛାଡ଼ିବାକୁ ପଶ୍ଚିମବଙ୍ଗ ସରକାର ପର୍ଯ୍ୟଟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଦିନ ୧୨ଟା ସୁଦ୍ଧା ଦୀଘା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ବଙ୍ଗ ପ୍ରଶାସନ। ଏଥିସହ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଦୀଘାର କୌଣସି ହୋଟେଲ ନୂଆ ବୁକିଂ କରିପାରିବେନି ବୋଲି ବି କୁହାଯାଇଛି।

Leave A Reply

Your email address will not be published.