Latest Odisha News

BREAKING NEWS

ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ୨ ଦିନ ବାଲିଯାତ୍ରା ଷ୍ଟଲ ପଞ୍ଜିକରଣ ବନ୍ଦ 

କଟକ: କଟକ ବାଲିଯାତ୍ରାରେ ଷ୍ଟଲ୍‌ ଖୋଲିବା ନିମନ୍ତେ ପ୍ଲଟ୍‌ ପଞ୍ଜୀକରଣ ଦୁଇ ଦିନ ପାଇଁ ବନ୍ଦ ରହିବ । ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାରବାଟୀ ପ୍ୟାଲେସଠାରେ ଚାଲିଥିବା ଏହି ଅଫ୍‌ ଲାଇନ୍‌ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ୨୪ ଓ ୨୫ ତାରିଖ ବନ୍ଦ ରହିବ।

ତେବେ ଅନଲାଇନ୍‌ ମାଧ୍ୟମରେ baliyatra.netରେ ଏହି ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। ବାତ୍ୟା ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୨୬ ତାରିଖ ଅଫ୍‌ଲାଇନ୍‌ ପଞ୍ଜୀକରଣ ପ୍ରକ୍ରିୟା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, କଟକ ପ୍ରସିଦ୍ଧ ବାଲିଯାତ୍ରା ପାଇଁଗତବର୍ଷ ୯୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ପ୍ଲଟ୍ ପଞ୍ଜୀକରଣ କରିଥିଲେ । ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି । ତେବେ ବାଲିଯାତ୍ରାରେ ଟ୍ରାଫିକ୍‌ ପରିଚାଳନା ଓ ଟଏଲଟ୍‌ ସମସ୍ୟାକୁ ଗୁରୁତ୍ବ ଦିଆଯାଉଛି ।

Leave A Reply

Your email address will not be published.