Latest Odisha News

ଉତ୍ତରପ୍ରଦେଶ ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ବିଜେପି

ବାରଣାସୀ: ଆସନ୍ତା ନଭେମ୍ବର 13ରେ ଉତ୍ତରପ୍ରଦେଶର 9ଟି ବିଧାନବସଭା ଆସନରେ ଅନୁଷ୍ଠିତ ହେବ ଉପ-ନିର୍ବାଚନ l ସେହିପରି ନଭେମ୍ବର 23ରେ ପ୍ରକାଶ ପାଇବା ଫଳ l ଉପ-ନିର୍ବାଚନ ପାଇଁ ସବୁ ଦଳ ନିଜର ପ୍ରଚାର ପ୍ରସାର ଆରମ୍ଭ କରିଥିବା ବେଳେ ବିଜେପି 7 ଟି ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି l କରହଲ, କୁନ୍ଦର୍କି, ଗାଜିଆବାଦ, ଫୁଲପୁର, ମଜୱାନ୍, କଟେହରୀ, ଖେରୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି l

କରହଲ ଆସନରୁ ଅନୁଜେଶ ଯାଦବଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ କୁନ୍ଦର୍କିରୁ ରାମବୀର ସିଂ ଠାକୁର, ମଜୱାନରୁ ସୁସ୍ମିତା ମୌର୍ଯ୍ୟ, କଟେହରୀରୁ ଧର୍ମରାଜ ନିଶାଦ, ଖେରୀରୁ ସୁରେନ୍ଦ୍ର ଦିଲରଙ୍କୁ ପ୍ରାର୍ଥୀ କରିଛି ବିଜେପି l ସେହିପରି ଦୀପକ ପଟେଲଙ୍କୁ ଫୁଲପୁରରୁ ଏବଂ ଗାଜିଆବାଦରୁ ସଞ୍ଜୀବ ଶର୍ମାଙ୍କୁ ଟିକେଟ ଦେଇଛି ବିଜେପି l ତେବେ ସିସାମଉ (କାନପୁର) ଆସନରୁ ବିଜେପି ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଘୋଷଣା କରି ନାହିଁ।

କଟେହରୀରୁ ପ୍ରାର୍ଥୀ ହେଇଥିବା ଧର୍ମରାଜ ନିଶାଦ ବିଏସପିରୁ ତିନିଥର ବିଧାୟକ ହୋଇଥିବା ବେଳେ ବିଏସପି ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। 2022 ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ଧର୍ମରାଜ । ଏଥର ବିଜେପି ତାଙ୍କୁ ଆଉ ଏକ ସୁଯୋଗ ଦେଇଛି। ସେହିପରି ମଜୱାନରୁ ପ୍ରାର୍ଥୀ ହୋଇଥିବା ସୁସ୍ମିତା ମୌର୍ଯ୍ୟ ପୂର୍ବରୁ ବିଜେପିର ଜଣେ ବିଧାୟକ ଥିଲେ ।

Leave A Reply

Your email address will not be published.