Latest Odisha News

କାନାଡାରେ ପ୍ରଥମ: ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦେବାକୁ ଦାବି, ବଢିଲା ପ୍ରଧାନମନ୍ତ୍ରୀଙ୍କ ଅଡ଼ୁଆ

ନୂଆଦିଲ୍ଲୀ‌: କାନାଡା ପ୍ରଧାନମନ୍ତ୍ରୀଙ୍କ ବଢିଲା ଅଡ଼ୁଆ। ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦେବାକୁ ଦାବି। ଭାରତ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି ଦଳୀୟ ସାଂସଦ। ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ଡେଡଲାଇନ୍ ଦେଇଛନ୍ତି ବିଦ୍ରୋହୀ ସାଂସଦ।

ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ନଦେଲେ ବିଦ୍ରୋହର ସାମ୍ନା କରିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ଦଳର ଅସନ୍ତୁଷ୍ଟ ସାଂସଦମାନେ। ଭାରତ ସହ ବିବାଦ ମଧ୍ୟରେ ଟ୍ରୁଡୋଙ୍କୁ ଏପରି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। ଗତକାଲି ଟ୍ରୁଡୋ ଏବଂ ତାଙ୍କ ଲିବେରାଲ ପାର୍ଟିର ସାଂସଦମାନଙ୍କ ସହ ଏକ ବୈଠକ ବସିଥିଲା। ଏଥିରେ କ୍ୟାବିନେଟର ସଦସ୍ୟ ନଥିବା ୨୦ ଜଣ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଆସନ୍ତା ନିର୍ବାଚନରେ ଦଳର ପରାଜୟ ଆଶଙ୍କା କରି ସେମାନେ ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲିବେରାଲ ପାର୍ଟିର ୧୫୩ ଜଣ ସାଂସଦଙ୍କ ମଧ୍ୟରୁ ୨୪ ଜଣ ଏକ ଚିଠିରେ ଦସ୍ତଖତ କରି ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଆହ୍ୱାନ କରିବା ସହ ଆସନ୍ତା ନିର୍ବାଚନ ନଲଢିବାକୁ କହିଛନ୍ତି। ଟ୍ରୁଡୋ ଗତ ୧୦ ବର୍ଷ ଧରି କାନାଡାର ପ୍ରଧାନମନ୍ତ୍ରୀ ରହି ଆସିଛନ୍ତି। ଗତ ବର୍ଷଠାରୁ ଭାରତ ସହ ତିକ୍ତତା ମଧ୍ୟରେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାକୁ ନେଇ ସେ ବାରମ୍ବାର ଭାରତକୁ ଦାୟୀ କରି ଆସିଥିଲେ। କିନ୍ତୁ ନିକଟରେ ସେ ଏହି ଅଭିଯୋଗ କୌଣସି ପ୍ରମାଣରେ ନାହିଁ ବୋଲି ସ୍ୱୀକାର କରିଥିଲେ। ଏହାର କିଛି ଦିନ ପରେ ତାଙ୍କ ବିରୁଦ୍ଧରେ ଦଳୀୟ ସାଂସଦମାନେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି।

Leave A Reply

Your email address will not be published.