Latest Odisha News

BREAKING NEWS

ଜୋମାଟୋ-ସ୍ୱିଗିରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢାଇଲା ପ୍ଲାଟଫର୍ମ ଫି’: ଗ୍ରାହକ ଅସନ୍ତୁଷ୍ଟ

ମୁମ୍ଵାଇ: ଯେବେଠାରୁ ଜୋମାଟୋ ଏବଂ ସ୍ୱିଗି ଆସିଛି ଲୋକେ ଘରେ ବସି ଆନ୍ଦନରେ ଖାଇବା ଅର୍ଡର କରି ଖାଉଛନ୍ତି। କିନ୍ତୁ ଏବେ ପାର୍ବଣ ଋତୁରେ ଫୁଡ୍ ଡେଲିଭରୁ କମ୍ପାନୀ ଜୋମାଟୋ ଏବଂ ସ୍ଵିଗି ପ୍ଲାଟଫର୍ମ ଫି ବୃଦ୍ଧି କରିଛନ୍ତି। ଯାହା ପରେ ବର୍ତ୍ତମାନ ଏହି ପ୍ଲାଟଫର୍ମ ଗୁଡିକରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହୋଇଛି। ଯାହାକୁ ନେଇ ଗ୍ରାହକ ଅସନ୍ତୁଷ୍ଟ ଅଛନ୍ତି।

ଉଭୟ ଜୋମାଟୋ ଏବଂ ସ୍ଵିଗି ପ୍ଲାଟଫର୍ମ ଫି ୧୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଦେଶର ଏହି ଦୁଇଟି ପ୍ରମୁଖ ଫୁଡ୍‌ ଡେଲିଭରି ଆପ୍ ସମୟରେ ଅର୍ଡର ବୃଦ୍ଧିରୁ ଲାଭ ପାଇବାକୁ ଆଶା କରୁଛନ୍ତି, କିନ୍ତୁ ପ୍ଲାଟଫର୍ମ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ଗ୍ରାହକଙ୍କୁ ସୁହାଉ ନାହିଁ। ଜୋମାଟୋ ଅଗଷ୍ଟ ୨୦୨୩ ରେ ପ୍ଲାଟଫର୍ମ ଫି ପ୍ରବର୍ତ୍ତନ କରିଥିଲା। ଯାହା ଅଧୀନରେ ଅର୍ଡର ପାଇଁ ୨ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଜୋମାଟୋ ପରେ ପ୍ଲାଟଫର୍ମ ଫି କ୍ରମରେ ୬-୭ ଟଙ୍କାକୁ ବୃଦ୍ଧି ହୋଇଥିଲା। ଯେତେବେଳେ କି ସ୍ୱିଗିରୁ ୭ ଟଙ୍କା ଆଦାୟ କରୁଥିଲା।

ତେବେ ଏନେଇ ଜୋମାଟୋ ଆପରେ ଥିବା ବାର୍ତ୍ତାରେ କୁହାଯାଇଛି ଯେ “ମହଙ୍ଗା ବଢିଲାଣି, ଦେୟ ବୃଦ୍ଧି ହେଉଛି ପାର୍ବଣ ସମୟରେ ସେବା ବଜାୟ ରଖିବା ଆମର କର୍ତ୍ତବ୍ୟ” । ତଥାପି, ସ୍ୱିଗି ଆପ୍ ରେ ସେପରି କୌଣସି ସ୍ପଷ୍ଟୀକରଣ କିମ୍ବା ବିଜ୍ଞପ୍ତି ନାହିଁ, ତେଣୁ ଏହା ସମ୍ଭବତଃ ସ୍ୱିଗି ଉପରେ ପ୍ଲାଟଫର୍ମ ଫି ବୃଦ୍ଧି ସ୍ଥାୟୀ ଅଟେ। ଜୋମାଟୋ ଗ୍ରାହକମାନେ ପ୍ରତ୍ୟେକ ଅର୍ଡରରେ ଟ୍ୟାକ୍ସ ସହିତ ପ୍ଲାଟଫର୍ମ ଫି ଭାବରେ ୧୧.୮୦ ଟଙ୍କା ଦେବେ। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ଲାଟଫର୍ମ ଫି ଚାର୍ଜ କରିବା ଆରମ୍ଭ କରିଥିବା ସ୍ଵିଗି ପ୍ରଥମେ। ଏବେ ଜୋମାଟୋ ମଧ୍ୟ ସମାନ ନିତି ଆପଣେଇଛି।

Leave A Reply

Your email address will not be published.