Latest Odisha News

ଜେଲରେ ଲରେନ୍ସ ବିଷ୍ଣୋଇର ଇଣ୍ଟରଭିୟ୍ୟୁ ଘଟଣା, ୭ ପୋଲିସ କର୍ମୀ ନିଲମ୍ବିତ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ବିବାଦୀୟ ସାକ୍ଷାତକାର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଞ୍ଜାବ ସରକାର ଡିଏସପି ଗୁରୁଶର ସିଂ ସାନ୍ଧୁଙ୍କ ସମେତ ସାତ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି୲

ସୂଚନା ଅନୁଯାୟୀ, ୨୦୨୨ ମସିହା ଏପ୍ରିଲ୍ ମାସରେ ଖରାରର ସିଆଇଏ ଥାନାରେ ବନ୍ଦୀ ଲରେନ୍ସ ବିଷ୍ଣୋଇଙ୍କୁ ଇଣ୍ଟରଭିୟ୍ୟୁ ଦେବାକୁ ଅନୁମତି ଦିଆଯାଇଥିଲା। ଏହାର ଟେଲିକାଷ୍ଟକୁ ନେଇ ପଞ୍ଜାବ ପୋଲିସର ସୁରକ୍ଷା ଏବଂ ଆଚରଣ ଉପରେ ପ୍ରଶ୍ନ ମଧ୍ଯ ଉଠାଯାଇଥିଲା। ଯେଉଁ ଘଟଣାରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଆଇନ ଏବଂ ଶୃଙ୍ଖଳା ତଥା ସୁରକ୍ଷା ପ୍ରତି କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଭଗୱନ୍ତ ମାନ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ପ୍ରାୟ ଦେଢବର୍ଷ ପୂର୍ବେ ପଞ୍ଜାବର ଏକ ଟିଭି ଚ୍ୟାନେଲରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଏକ ସାକ୍ଷାତକାର ପ୍ରସାରିତ ହୋଇଥିଲା। ଯାହାକୁ ନେଇ ପଞ୍ଜାବ ସରକାର ଏବଂ ପୋଲିସକୁ ଖୁବ୍ ସମାଲୋଚନା କରାଯାଇଥିଲା। ତେବେ ଏହି ମାମଲାରେ ଜଡ଼ିତ ଥିବା ଅଧିକାରୀ ମାନଙ୍କୁ ନିଲମ୍ବିତ କରିଛନ୍ତି ଭଗୱନ୍ତ ମାନ ସରକାର।

Leave A Reply

Your email address will not be published.