Latest Odisha News

BREAKING NEWS

ଚିକିତ୍ସାଧୀନ ଅବସ୍ଥାରେ ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ

ପୁରୀ: ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଛି। ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ ହୋଇଛି।   ସୂଚନା ଅନୁସାରେ ଆଜି ସକାଳ ସମୟରେ ଅସୁସ୍ଥତା କାରଣରୁ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭକରାଯାଇଥିଲା। ସେ ଦୁର୍ବଳ ଅନୁଭବ କରିବ ସହିତ ପେଟ ଓ ଛାତି ଯନ୍ତ୍ରଣା ହେଉଥିବା କହିଥିଲେ। ତାଙ୍କର ପେଟରେ ଯନ୍ତ୍ରଣା ସହ ବାନ୍ତି ମଧ୍ୟ ହେଉଥିଲା।

ରାତି ୮ ଟା ସମୟରେ ତାଙ୍କ ସ୍ବାସ୍ଥ୍ୟ ଅଧିକ ଅସୁସ୍ଥ ହେବାରୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଇଥିଲା। କିକିତ୍ସା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।   ରୋଗୀର ସମ୍ପର୍କୀୟମାନେ ଚିକିତ୍ସା ସମୟରୁ ଓ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ।

ପୁରୀରୁ ସନ୍ତୋଷ କୁମାର ଦାସଙ୍କ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.