Latest Odisha News

ତିରୁପତି ଇସ୍କନ୍ ମନ୍ଦିରକୁ ବୋମା ଧମକ

ତିରୁପତି: ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଧମକ ମିଳିବାରେ ଲାଗିଛି ୲ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର କିଛି ହୋଟେଲକୁ ଧମକ ମିଳିବାର ୩ ଦିନ ମଧ୍ଯରେ ତିରୁପତିର ଇସ୍କନ୍ ମନ୍ଦିରକୁ ଧମକ ମିଳିଛି।

ଧମକ ମିଳିବା ମାତ୍ରେ ମନ୍ଦିରର ପ୍ରତ୍ୟେକ କୋଣ ଅନୁକୋଣରେ ଅଗ୍ନିଶମ ବାହିନୀ, ପୋଲିସ୍ ଟିମ୍, ବମ୍ ସ୍କ୍ୱାଡ ଏବଂ ସନ୍ଧାନୀ କୁକୁରଙ୍କ ଦ୍ବାରା ଯାଞ୍ଚ କରାଯାଇଥିଲା ବେଳେ କିଛି ମିଳିନଥିଲା। ବର୍ତ୍ତମାନ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କୁ କଡାକଡି ଯାଞ୍ଚ କରାଯାଉଛି।

ସୂଚନା ଅନୁଯାୟୀ ଅକ୍ଟୋବର ୨୭ରେ ଇସ୍କନ୍ ମନ୍ଦିର କର୍ମଚାରୀମାନେ ଏକ ଇମେଲ ପାଇଥିଲେ, ଯେଉଁଥିରେ ପାକିସ୍ତାନର ଆଇଏସଆଇ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବେ ବୋଲି ଧମକ ମିଳିଥିଲେ୲ ଏହାପରେ ମନ୍ଦିରରେ ସର୍ଚ୍ଚ ଅପରେସନ କରାଯାଇଥିଲା, କିନ୍ତୁ ମନ୍ଦିର ପରିସରରୁ କୌଣସି ବିସ୍ଫୋରକ କିମ୍ବା ଅନ୍ୟ କିଛି ଆପତ୍ତିଜନକ ଜିନିଷ ମିଳିନଥିଲା। ତେବେ ପୋଲିସ ଏହାକୁ ଏକ ଗୁଜବ ବୋଲି ସନ୍ଦେହ କରୁଥିବା ବେଳେ ସେହି ଇମେଲ ଆଇଡି କୁ ଧରିବା ପାଇଁ ଚେଷ୍ଟା ଚଳାଇଛି୲

ଏହା ପୂର୍ବରୁ ଅକ୍ଟୋବର ୨୬ରେ ତିରୁପତିର ଦୁଇଟି ବଡ଼ ହୋଟେଲକୁ ମଧ୍ୟ ବୋମା ଧମକ ମିଳିଥିଲା। ଉଭୟ ହୋଟେଲରେ ବମ୍ ସ୍କ୍ବାଡ୍ ଏବଂ ସନ୍ଧାନୀ କୁକୁରଙ୍କ ଦ୍ୱାରା ଖୋଜାଖୋଜି ପରେ ମଧ୍ଯ କିଛି ମିଳିନଥିଲା।

Comments are closed.