Latest Odisha News

ବଡ ପରଦାରେ ଧମାକା କରିବ ‘ମିର୍ଜାପୁର ଦ ଫିଲ୍ମ’, ଆସିଲା ଟିଜର

ମୁମ୍ବାଇ: ଦର୍ଶକଙ୍କ ପାଇଁ ଖୁସି ଖବର। ଓଟିଟିରେ ଧମାକା ପରେ ଥିଏଟର ରିଲିଜ ପାଇଁ ପ୍ରସ୍ତୁତ ଅଛି ବହୁଲୋକପ୍ରିୟ ୱେବ ସିରିଜ’ମିର୍ଜାପୁର ଦ ଫିଲ୍ମ’। ଓଟିଟିର ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରାଇମ୍ ଡ୍ରାମା ସିରିଜ ‘ମିର୍ଜାପୁର’ ବର୍ତ୍ତମାନ ବଡ ପରଦାରେ ରିଲିଜ ହେବାକୁ ଯାଉଛି। ଆଜି ‘ମିର୍ଜାପୁର ଦ ଫିଲ୍ମ’ର ଟିଜର ରିଲିଜ ହୋଇଛି।

ମିର୍ଜାପୁର ଏହାର ତିନୋଟି ଦମଦାର ଧାରାବାହିକ ସହ ଓଟିଟି ଦୁନିଆରେ ଧମାକା କରିଥିବା ବେଳେ ବର୍ତ୍ତମାନ ଏହା ପ୍ରେକ୍ଷାଳୟରେ ଜଲୱା ଦେଖାଇବାକୁ ପ୍ରସ୍ତୁତ ଅଛି। ‘ମିର୍ଜାପୁର ଦ ଫିଲ୍ମ’ ଏକ ସିରିଜ୍ ନୁହେଁ, ଏକ ଚଳଚ୍ଚିତ୍ର ଭାବେ ପରଦାକୁ ଆସୁଛି। ‘ମିର୍ଜାପୁର ଦି ଫିଲ୍ମ’ର ଷ୍ଟାରକାଷ୍ଟ ଏବଂ ଏହାର ନିର୍ଦ୍ଦେଶକ ସହିତ ଏହି ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଫିଲ୍ମରେ ପଙ୍କଜ ତ୍ରିପାଠୀ, ଅଲି ଫୈଜଲ, ଦିବ୍ୱେନ୍ଦୁ ଶର୍ମା ଏବଂ ଅଭିଷେକ ବାନାର୍ଜୀ ସେମାନଙ୍କର ଚମତ୍କାର ଶୈଳୀରେ ନଜର ଆସିଛନ୍ତି।

ଫିଲ୍ମର ଥିଏଟର ରିଲିଜ ସହ ତାରିଖ ମଧ୍ୟ ପ୍ରକାଶ କରାଯାଇଛି। ଏହି ଚଳଚ୍ଚିତ୍ର ୧୦୨୬ ମସିହାରେ ବଡ ପରଦାରେ ମୁକ୍ତିଲାଭ କରିବ। ଯାହାକୁ ଶୁଣି ଏବେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି। ଦର୍ଶକ ଉତ୍ସାହର ସହ ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି। କହିରଖୁଛୁ କି, ରିତେଶ ସିଦ୍ଧୱାନୀ ଏବଂ ଫରହାନ ଅଖତର ମିଳିତ ଭାବେ ‘ମିର୍ଜାପୁର ଦ ଫିଲ୍ମ’ ପ୍ରସ୍ତୁତ କରିଛନ୍ତି। ପୁନିତ କୃଷ୍ଣ ‘ମିର୍ଜାପୁର ଦ ଫିଲ୍ମ’ର କାହାଣୀ ଲେଖିଥିବା ବେଳେ ନିର୍ଦ୍ଦେଶକ ଗୁରୁମିତ ସିଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।

Leave A Reply

Your email address will not be published.