Latest Odisha News

BREAKING NEWS

୮୪୩ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଚିଠି

ମୟୂରଭଞ୍ଜ: ଗତ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲାକୁ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆସିଥିଲା । ହେଲେ ଜିଲ୍ଲାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ମୂଳ ଲକ୍ଷ୍ୟରୁ ୬୫ ପ୍ରତିଶତ ପଛରେ ରହିଛି । ଫଳରେ ହଜାର ହଜାର ହିତାଧିକାରୀ ଘରଟିଏ ନ ପାଇ ନିରାଶ ହୋଇଯାଇଛନ୍ତି । ଏନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡରେ ଜିଲ୍ଲାପାଳ ।

ଏହି ଘଟଣାରେ ଜଣେ ନୁହେଁ କି ଦୁଇ ଜଣ ନୁହଁ ଏକାଥରକେ ୮୪୩ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ କରାଯିବା ନେଇ ପ୍ରତି ବ୍ଲକକୁ ଚିଠି କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ।

ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଡିତ ଥିବା ଅଧିକାରୀଙ୍କ କ୍ଷେତ୍ର ନୀରିକ୍ଷଣ ନିମନ୍ତେ ଅନାଗ୍ରହ ଏବଂ କାର୍ଯ୍ୟ ସମ୍ପନ୍ନ ପାଇଁ ଅପାରଗତା କାରଣରୁ ଏହି ଲକ୍ଷ ପୂରଣ ହୋଇପାରୁନାହିଁ । ଯେଉଁ କାରଣରୁ ଦରମା ବନ୍ଦ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ଦରମା ବନ୍ଦ ଥିବା ଅଧିକାରୀଙ୍କ ମଧ୍ୟରେ ଜେଇ, ସହକାରୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ପିଇଓ, ଏଡିଓ, କମ୍ପ୍ୟୁଟର ଅପରେଟର ପ୍ରମୁଖ ସାମିଲ ଅଛନ୍ତି ।

Leave A Reply

Your email address will not be published.