ମୁମ୍ବାଇ: ଚଳିତ ବର୍ଷ ଜୁନରେ ହିଁ ବାପା ହୋଇଥିଲେ ବଲିଉଡ୍ ଅଭିନେତା ବରୁଣ ଧୱନ୍। ୩ ଜୁନରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ବରୁଣଙ୍କ ସ୍ତ୍ରୀ ନତାଶା। ଏନେଇ ନିଜ ସୋସିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ ଜାରି କରି ନିଜ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ।
ହେଲେ ସବୁଠୁ ବଡ଼ କଥା ହେଉଛି, ଏବେ ପର୍ଯ୍ୟନ୍ତ ବରୁଣ ତାଙ୍କ ଝିଅର ନା ନାଁ ରିଭିଲ କରିଥିଲେ ନା ଚେହେରା। ଏହାରି ଭିତରେ ୫ ମାସ ବିତିଯାଇଛି। ଏବେ ବି ବରୁଣ ଆଉ ନତାଶାଙ୍କ ଝିଅ ର ଏକ ଝଲକ ଦେଖିବାକୁ ଚାତକ ଭଳି ଅନେକ ଅପେକ୍ଷା କରିଥିବା ବେଳେ ଏହାରି ଭିତରେ ତାଙ୍କ ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର ଦେଇଛନ୍ତି ବରୁଣ। ଏବେ ବରୁଣ ତାଙ୍କ ଝିଅର ନାଁ ରିଭିଲ୍ନ୍ କରିଛନ୍ତି।
ତେବେ ଏହି ନିକଟରେ ବରୁଣ ଧୱନ୍ କନ୍ ବନେଗା କରୋଡପତି ସୋ’ ରେ ଅମିତାଭ ବଚ୍ଚନ ଆଗରେ ସାର ଦୁନିଆକୁ ତାଙ୍କ ଝିଅର ନାଁ କହିଛନ୍ତି। ଯେତେବେଳେ ବଚ୍ଚନ ସାହେବ୍ ତାଙ୍କୁ କହିଥିଲେ କି, ଏଥର ଦୀପାବଳୀ ତାଙ୍କ ପାଇଁ ଖୁବ୍ ଖୁସିର ସମୟ, କାରଣ ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ଏହାକୁ ନେଇ ବରୁଣ କହିଥିଲେ, ତାହା ନାଁ ‘ଲାରା’ ରଖାଯାଇଛି। ମୁଁ ଏବେ ବି ତା ସହ ଧିରେ ଧିରେ ସବୁ କିଛି ଶିଖୁଛି। ଯେମିତି ଆପଣ କହିଲେ କି, ଯେବେ ଘରକୁ ପିଲାଟିଏ ଆସିଥାଏ, ସବୁକିଛି ବଦଳି ଯାଏ।
Comments are closed.