ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ସମାଜସେବୀ ସୋମି ଅଲି ଅଭିନୟ ଅପେକ୍ଷା ସଲମାନ ଖାନଙ୍କ ସହ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। ନିକଟରେ ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ମଧ୍ଯ ହତ୍ଯା ଧମକ ମିଳିବାରେ ଲାଗିଛି। ଲରେନ୍ସ ବିଷ୍ଣୋଇଙ୍କ ନାଁରେ ସୋମି ଏକ ନୋଟ୍ ଶେୟାର କରିଛନ୍ତି।
ସଲମାନ ଖାନଙ୍କ ବୟସ ବର୍ତ୍ତମାନ ୫୮ବର୍ଷ । ତେବେ ତାଙ୍କ ବିଷୟରେ କୁହାଯାଏ ଯେ- ‘ସେ ବନ୍ଧୁମାନଙ୍କର ବନ୍ଧୁ ଏବଂ ଶତ୍ରୁମାନଙ୍କର ଶତ୍ରୁ।’ ସୋମି ଅଲିଙ୍କ ସହ ସେ ୮ବର୍ଷ ଧରି ସମ୍ପର୍କ ରେ ଥିଲେ। ତେବେ ସଲମାନ ତାଙ୍କୁ ପିଟିଥିବା କଥା ମଧ୍ଯ ସୋମି ଖୁଲାସା କରିଛନ୍ତି।
ନିକଟରେ ରିପୋର୍ଟ ଅନୁଯାୟୀ ଯେତେବେଳ ସୋମି ଅଲିଙ୍କୁ ପଚରାଯାଇଥିଲା ଯେ ସଲମାନ ଖାନ ତାଙ୍କର ପୂର୍ବ ଗର୍ଲଫ୍ରେଣ୍ଡ ସଂଗୀତା ବିଜଲାନି ଏବଂ କ୍ୟାଟ୍ରିନା କୈଫଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି, କିନ୍ତୁ ତାଙ୍କ ସହ ନୁହେଁ? ଉତ୍ତରରେ ସେ କହିଥିଲେ- ‘ସଲମାନ ମୋ ସହ ଯେପରି ଖରାପ ବ୍ୟବହାର କରିଥିଲେ, ସେ ଅନ୍ୟ କାହା ସହି ସେପରି କରିନଥିଲେ। ସେ ଆହୁରି ମଧ୍ଯ କହିଥିଲେ ଯେ ସଲମାନ ବହୁତ ଥର ମୋ ଘରେ ମତେ ପିଟିଛନ୍ତି ଏହାସହ ସେ ଲରେନ୍ସ ବିଷ୍ଣୋଇଙ୍କୁ ସଲମାନଙ୍କ ଠାରୁ ଭଲ ବୋଲି ଦର୍ଶାଇଛନ୍ତି।
ସେ ସଲମାନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଏକ ପୁସ୍ତକ ଲେଖୁଛନ୍ତି ଯେଉଁଥିରେ ସେ ଏସବୁର ଖୁଲାସା କରିଛନ୍ତି।
ତେବେ ସୋମି ଏକ ଏନଜିଓ ଚଲାଉଛନ୍ତି ଯାହାର ନାମ ‘ନୋ ମୋର ଟିଅର୍ସ ‘ ଅଟେ ଓ ସେଠାରେ ହ୍ୟୁମାନ ଟ୍ରାଫିକିଙ୍ଗ ଓ ଘରୋଇ ହିଂସାର ପିଡିତାଙ୍କୁ ସାହାଯ୍ଯ କରାଯାଇଥାଏ।