Latest Odisha News

ଆସନ୍ତୁ ଜାଣିବା ମୁଗ ଡାଲିର ଇତିହାସ….

ନୂଆଦିଲ୍ଲୀ: ମୁଗ ଡାଲି ଭାରତର ପ୍ରତ୍ୟେକଙ୍କ ଘରେ ରନ୍ଧା ଯାଉଥିବା ଏକ ବ୍ୟଞ୍ଜନ । ଅନେକ ଲୋକ ମୁଗ ଡାଲିକୁ ବହୁତ ଉତ୍ସାହର ସହ ଖାଇଥା’ନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଡାଲି ଭାରତକୁ କେଉଁଠାରୁ ଆସିଛି । ଆସନ୍ତୁ ଜାଣିବା ମୁଗ ଡାଲିର ଇତିହାସ ବିଷୟରେ…

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୁଗ ଡାଲିର ଉତ୍ପତ୍ତି ଭାରତ ନୁହେଁ। ମୁଗ ଡାଲିର ଉତ୍ପତି ଭାରତର ପଶ୍ଚିମ ଭାଗରୁ ହୋଇଥିବା ନେଇ ଜଣାପଡିଛି। କେତେକ ଐତିହାସିକଙ୍କ କହିବା ଅନୁସାରେ ମୁଗ ଡାଲିର ଉତ୍ପତ୍ତି ଭାରତ ବାହାରେ। ଭାରତରେ ମୁଗ ଡାଲି ଚାଷର ଇତିହାସ ବହୁତ ପୁରୁଣା । ରିପୋର୍ଟ ଅନୁସାରେ, ଭାରତରେ ମୁଗ ଡାଲିର ଚାଷ ପ୍ରାୟ ୨୨୦୦ ଖ୍ରୀଷ୍ଟପୂର୍ବରୁ ଆରମ୍ଭ ହୋଇଥିଲା। ଆୟୁର୍ବେଦର ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ମୁଗ ଡାଲି ବିଷୟରେ ଉଲ୍ଲେଖ କରାଯାଇଛି । ଏହି ଗ୍ରନ୍ଥଗୁଡ଼ିକରେ, ମୁଗ ଡାଲିକୁ ଏକ ପୁଷ୍ଟିକର ଖାଦ୍ୟ ଭାବରେ ବର୍ଣ୍ଣନା କରାଯାଇଛି ।

ମୁଗ ଡାଲିର କଥା ବୌଦ୍ଧ ସାହିତ୍ୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏଥିରୁ ସ୍ପଷ୍ଟ ଯେ ବହୁ ପ୍ରାଚୀନ କାଳରୁ ମୁଗ ଡାଲି ଭାରତୀୟ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି । ଆଜିକାଲି ଭାରତର ଅନେକ ସ୍ଥାନରେ ମୁଗ ଡାଲି ଚାଷ କରାଯାଏ । ଏହା ଏକ ରବି ଫସଲ ଏବଂ ଥଣ୍ଡା ପରିବେଶରେ ଏହା ବଢିଥାଏ । ମୁଗ ଡାଲି ଚାଷ ​​ପାଇଁ କମ୍ ଜଳ ଆବଶ୍ୟକ ହୁଏ ଏବଂ ଏହା ବାଲିଆ ମାଟିରେ ଭଲ ବଢେ ।

Comments are closed.