Latest Odisha News

BREAKING NEWS

ନନ୍ଦନ କାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ

ଭଦ୍ରକ: ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଉପରକୁ ଗୁଳିମାଡ଼ । ଭଦ୍ରକ ଓ ବାଉଦପୁର ସେକ୍ସନ ମଝିରେ ଟ୍ରେନ୍ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ତେବେ ଟ୍ରେନ୍‌ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ରେ ଗାର୍ଡ ବଗିର ୱିଣ୍ଡୋ କାଚ ଭାଙ୍ଗିଥିବା ବେଳେ ଏଥିରେ କାହାର କ୍ଷତି ହୋଇନଥିବା ପ୍ରାଥମିକ ସୂଚନା ମିଳିଛି । ତେବେ କିଏ ଏବଂ କାହିଁକି ଏଭଳି କାଣ୍ଡ ଘଟାଇଛି ତାହାର ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ ଜିଆରପି ଓ ସ୍ଥାନୀୟ ଲୋକ ଛାନଭିନ୍ କରୁଥିବା ସୂଚନା ମିଳିଛି ।

ତେବେ ପୁରୀ ଅଭିମୁଖେ ଯାଉଥିବା ନନ୍ଦନକାନନ ଏକ୍ସପ୍ରେସ ଭଦ୍ରକ ଷ୍ଟେସନରୁ ବାହାରିବାର କିଛି ସମୟପରେ ହଠାତ୍ ଟ୍ରେନର ଗାର୍ଡ ବଗି ଉପରକୁ କିଛି ଢେଲା ମାଡ ହେବାର ଶବ୍ଦ ଶୁଭିଥିଲା । ଏହାପରେ ଗାର୍ଡ ଜଣଙ୍କ କ’ଣ ଘଟିଲା ବୋଲି ଦେଖିବାକୁ ଯିବା ମାତ୍ରା ପୁଣି ଆଉ ଥରେ ସମାନ ଶବ୍ଦ ସୃଷ୍ଟି ହୋଇଥିଲା ।

ତେବେ ଏହାକୁ ନେଇ ପ୍ରତ୍ୟକ୍ଷଦର୍ଶୀ ଗାର୍ଡ ମହେନ୍ଦ୍ର ବେହେରା କହିଛନ୍ତି, ଭଦ୍ରକ ଷ୍ଟେସନ ଅତିକ୍ରମ କରି ଗୋଟିଏ ସିଗନାଲ ପାର୍ କରିବା ପରେ ଟ୍ରେନରେ କିଛି ଶବ୍ଦ ସୃଷ୍ଟି ହେବାରୁ ସେ ବାହାରକୁ ଆସି ଦେଖିବା ମାତ୍ରେ ଜଣେ ବ୍ୟକ୍ତି ଟ୍ରେନ୍ ଉପରକୁ ଗୁଳିମାଡ କରୁଥିବାର ଦୃଶ୍ୟ ସେ ଦେଖିବାକୁ ପାଇଥିଲେ ।  ହେଲେ ବାସ୍ତବରେ ସେ ବ୍ୟକ୍ତି ଜଣଙ୍କ କିଏ ଏବଂ କାହିଁକି ଟ୍ରେନ୍ ଉପରକୁ ଗୁଳିମାଡ କରିଛନ୍ତି, ସେନେଇ କିଛି ସ୍ପଷ୍ଟିକରଣ ମିଳିନଥିବା ବେଳେ ଏନେଇ ପୋଲିସ୍ ଏବଂ ଜିଆରପି, ଆରପିଏଫ ଏବଂ ଫରେନସିକ୍ ଟିମ ଘଟଣାସ୍ଥଳରେ ଅଧିକ ତଦନ୍ତ କରୁଛନ୍ତି ।

Comments are closed.