Latest Odisha News

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ ପରିବର୍ତ୍ତନ, ଜାଣନ୍ତୁ କ’ଣ ପାଇବେ ଲାଭ..

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଏଣିକି ହାଲୁକା ଯାନ ପାଇଁ ଲାଇସେନ୍ସ ପାଇଥିବା ଗାଡ଼ି ଚାଳକ ଭାରୀ ଯାନ ବି ଚଳାଇପାରିବେ । ଏଥିପାଇଁ ଆଉ ଅଲଗା ପ୍ରାଧିକରଣ ଆବଶ୍ୟକ ହେବ ନାହିଁ । କମର୍ସିଆଲ ଭେଇକିଲ ଗାଡିଚାଳକଙ୍କୁ ଆଶ୍ବସ୍ତି ଦେଇ ଆଜି ସୁପ୍ରିମକୋର୍ଟ କିଛି ଏପରି ଶୁଣାଣି କରିଛନ୍ତି ।

ଏନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଦ୍ବାରା ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କ ପାଖରେ ଲାଇଟ ମୋଟର ଭେଇକିଲ୍(ଏଲଏମଭି) ବା ହାଲୁକା ଯାନ ଚଳାଚଳ ପାଇଁ ଲାଇସେନ୍ସ ରହିଛି, ସେମାନଙ୍କୁ ୭୫୦୦ କେଜି ପର୍ଯ୍ୟନ୍ତ ଭାରୀ ଯାନ ଚଲାଇବା ପାଇଁ ଆଉ ଅଲଗା ଲାଇସେନ୍ସ କରିବାକୁ ପଡିବ ନାହିଁ ।  ଅର୍ଥାତ୍ ହାଲୁକା ଯାନ ପାଇଁ ଲାଇସେନ୍ସ କରିଥିବା ବ୍ୟକ୍ତି ଜଣଙ୍କ ୭୫୦୦ କେଜି ପର୍ଯ୍ୟନ୍ତ ଭାରୀ ଯାନ ଚଲାଇପାରିବ ।

ଏହାସହିତ ସିଜେଆଇ ଏହି ମାମଲାକୁ ଅଧିକ ମହତ୍ବପୂର୍ଣ୍ଣ କହିଛନ୍ତି କାରଣ, ଏହି ନିଷ୍ପତ୍ତି ଏଲଏଭଭି ଲାଇସେନ୍ସଧାରୀଙ୍କ ଦ୍ବାରା ଚଳାଯାଉଥିବା ପରିବହନ ଯାନ ସହିତ ଜଡିତ ଦୁର୍ଘଟଣା ସମ୍ବଦ୍ଧିତ ବିମା ଦାବି ବିବାଦକୁ ପ୍ରଭାବିତ କରିବ । ବିଭିନ୍ନ ବୀମା କମ୍ପାନୀ ଦ୍ବାରା ଏହାକୁ ନେଇ ୭୫ରୁ ଅଧିକ ଆବେଦନ ରହିଛି । ତେବେ ଭାରୀ ଯାନ ଦ୍ବାରା ହିଁ କେବଳ ଦୁର୍ଘଟଣା ହୋଇଥାଏ ତାହା ନୁହଁ । ଏଥିପାଇଁ ବୀମା କମ୍ପାନୀ ମାନେ ଏଲଏମଭି ଲାଇସେନ୍ସଧାରୀ ଚାଳକଙ୍କୁ ଦାୟୀ କରିପାରନ୍ତି ।

Leave A Reply

Your email address will not be published.