ନୂଆଦିଲ୍ଲୀ: ଗ୍ରୀଷ୍ମକାଳୀନ ଛୁଟିର ନାମ ପରିବର୍ତ୍ତନ କରିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ଏହାର ନାମ ଆଂଶିକ କାର୍ଯ୍ୟ ଦିବସ ବା ‘ଆଂଶିକ ନ୍ୟାୟାଳୟ କାର୍ଯ୍ୟ ଦିବସ’ ରଖାଯାଇଛି।
ତେବେ ଯେତେବେଳେ ଅନେକ ବିଭାଗ କୋର୍ଟର ଦୀର୍ଘ ଛୁଟିଦିନ ଉପରେ ପ୍ରଶ୍ନ ଉଠାଇଥିଲେ ସେତିକିବେଳେ ସୁପ୍ରିମକୋର୍ଟ ଏପରି ଏକ ନିଷ୍ପତ୍ତି ନେଇଥିଲେ। ତେବେ ୨୦୨୫ରେ ପ୍ରକାଶିତ ସୁପ୍ରିମକୋର୍ଟଙ୍କ କ୍ୟାଲେଣ୍ଡର ଅନୁଯାୟୀ, ଆଂଶିକ ନ୍ୟାୟାଳୟ କାର୍ଯ୍ୟ ଦିବସ ୨୬ ମଇ ୨୦୨୫ରୁ ଆରମ୍ଭ ହୋଇ ୧୪ ଜୁଲାଇ ୨୦୨୫ରେ ଶେଷ ହେବ।