Latest Odisha News

BREAKING NEWS

ନେଲପଲିସ ଓ କେଶ କଲର କରିବା ପଡିଲା ମହଙ୍ଗା, ଆତ୍ମହତ୍ୟା କଲେ ଛାତ୍ରୀ

ନୂଆଦିଲ୍ଲୀ: ଦୁନିଆରେ ଅନେକ ଦେଶ ଅଛି ଯେଉଁଠାରେ ମହିଳାମାନଙ୍କ ବିଷୟରେ କଡା ନିୟମ ରହିଛି, କେତେକ ସ୍ଥାନରେ ମହିଳାଙ୍କ ଉଚ୍ଚ ସ୍ୱରରେ କହିବା ଉପରେ ନିଷେଧାଦେଶ ରହିଛି ତ ଆଉ କେତେକ ସ୍ଥାନରେ ସେମାନଙ୍କ ପୋଷାକ ପରିଧାନ ଉପରେ କଡା ନିର୍ଦ୍ଦେଶନାମା ରହିଛି । ଶାସକମାନେ ମହିଳାଙ୍କ କଥା, ପୋଷାକ ଏବଂ ଜୀବନଯାପନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ସେମାନଙ୍କର ଏହି ନିଷ୍ପତ୍ତି ମଧ୍ୟ ଲୋକଙ୍କ ଜୀବନ ନେବା ଆରମ୍ଭ କରିଛି ।

ସେହିଭଳି ଏକ ଦେଶ ମଧ୍ୟରେ ହେଉଛି ପଶ୍ଚିମ ଏସିଆର ଏକ ଇସଲାମିକ ଦେଶ । ଯେଉଁଠାରେ ମହିଳାଙ୍କ ଜୀବନ ଦିନକୁ ଦିନ କଷ୍ଟସାଧ୍ୟ ହୋଇପଡୁଛି, ଶାସକମାନେ ଜିଦ୍ ଧରିଛନ୍ତି ଯେ ସେମାନଙ୍କ ନିଷ୍ପତ୍ତି ଅନୁଯାୟୀ ମହିଳାମାନେ ତାଙ୍କ ନିଜ ଜୀବନ ବିତାଇବାକୁ ବାଧ୍ୟ । ଏହି ଦେଶରେ, ଯଦି ମହିଳାମାନେ ନିୟମ ବିରୁଦ୍ଧରେ ଯାଆନ୍ତି ତେବେ ଜୀବନ ହରାଇବାକୁ ପଡିପାରେ ।

ଆମେ କହୁଛୁ ଇରାନ ବିଷୟରେ । ନିକଟରେ, ତେହରାନର ଏକ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ନିର୍ବସ୍ତ୍ର ହୋଇ ଏହାକୁ ବିରୋଧ କରୁଥିବା ଘଟମା ସାମ୍ନାକୁ ଆସିଥିଲା । ଏହି ମାମଲା ଇରାନରେ ମହିଳାଙ୍କ ସ୍ଥିତିକୁ ନେଇ ପୁଣିଥରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ମାମଲା ଭିତରେ ଇରାନର ଫାର୍ସ ପ୍ରଦେଶରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ।

ଏହି ଛାତ୍ରୀଙ୍କର ଏକମାତ୍ର ଅପରାଧ ହେଉଛି ଯେ ସେ ନେଲପଲିସ୍ ଲଗାଇ ଥିଲେ ଏବଂ ନିଜର କେଶ ରଙ୍ଗ କରିଥିଲେ । ଇରାନ ଇଣ୍ଟରନ୍ୟାସନାଲର ରିପୋର୍ଟ ଅନୁଯାୟୀ କିଶୋରୀ ଛାତ୍ରୀ ଜଣଙ୍କକ ପରିଚୟ ଅୟନାଜ କରିମି । ସେ ଦକ୍ଷିଣ ଇରାନର ଫାର୍ସ ପ୍ରଦେଶରେ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ଅନୁଯାୟୀ, ସ୍କୁଲ ପ୍ରଧାନଶିକ୍ଷକଙ୍କ ଠାରୁ ଧମକ ଓ ହିଂସା ଘଟଣା ଘଟିବା ପରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.