Latest Odisha News

ପଦ୍ମ ପୁରସ୍କାର ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କା ପ୍ରଦାନ ଘୋଷଣା

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୩୦ ହଜାର ଟଙ୍କା ପ୍ରଦାନ ନେଇ ଶନିବାର ଘୋଷଣା କରିଛନ୍ତି ଓଡିଶା ସରକାର।

ସରକାରୀ ସୂତ୍ର ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜୀବିତ ଥିବା ୫୫ଜଣ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ସମ୍ମାନିତ ହେବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଦୁଇ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ।

ଉଲ୍ଲେଖଯୋଗ୍ୟ, ପୂର୍ବ ବିଜେଡି ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ମାସିକ ୨୫ ହଜାର ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ।

Comments are closed.