Latest Odisha News

ବିଜେପିର ରାଜନୈତିକ ଫସଲରେ ବଢୁଛି ରୋଗ, କୀଟନାଶକ ଦରକାର: ନୀତିନ ଗଡକରୀ

ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ନୀତିନ ଗଡକରୀ ନିଜର ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ନିର୍ଭୀକ ଓ ସ୍ପଷ୍ଟବାଦୀ ବୟାନ ପାଇଁ ବେଳେ ବେଳେ ପ୍ରଶଂସିତ ହୁଅନ୍ତି ଏବଂ ବେଳେ ବେଳେ ସମାଲୋଚନାର ମଧ୍ୟ ଶିକାର ହୁଅନ୍ତି। ସେ ନିଜ ଦଳ ବିଜେପିକୁ ମଧ୍ୟ ସମାଲୋଚନା କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବିଜେପିକୁ ନେଇ ଦେଇଥିବା ବୟାନ ଉପରେ ଚର୍ଚ୍ଚା ହେଉଛି । ଏକ ସାକ୍ଷାତକାରରେ ବିଜେପିର ସାମ୍ପ୍ରତିକ ସ୍ଥିତି ଓ ଅନେକ ପ୍ରସଙ୍ଗରେ ସେ ଆଲୋଚନା କହିଛନ୍ତି।

ସମ୍ପ୍ରତିରେ ସେ ଫସଲ ବିଷୟରେ କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ବିଜେପିରେ ଅନ୍ୟ ଦଳ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ପାଇଁ କେବେ କେବେ ସମସ୍ୟା ଉପୁଜିଥାଏ । ଯେପରି ଫସଲ ବଢେ ସେଥିରେ ପୋକ ବି ଲାଗେ । ବିଜେପିର ରାଜନୈତିକ ଫସଲ ଅଧିକ ଅଛି ଯାହା ଭଲ ଉତ୍ପାଦନ ସହ ରୋଗ ମଧ୍ୟ ଆଣିଥାଏ । ତେଣୁ ଏପରି ରୋଗ ପାଇଁ କୀଟନାଶକ ଛିଞ୍ଚିବା ଦରକାର ।

ବିଜେପିରେ ଅଲଗା ଅଲଗା ଦଳର ନେତା ଓ କର୍ମକର୍ତ୍ତାଙ୍କ ଯିବା ଆସିବା ଜାରି ରହିଛି । ଅଲଗା ଅଲଗା ନୂଆ ଲୋକ ଦଳରେ ଯୋଗ ଦେଉଛନ୍ତି । ସେମାନଙ୍କୁ ପ୍ରଶିକ୍ଷଣ ଦେବା ଦରକାର । ବିଚାରଧାରା ଶିଖେଇବା, ସେମାନଙ୍କୁ କାର୍ଯ୍ୟକର୍ତ୍ତା ଭାବେ ପ୍ରସ୍ତୁତ କରିବା ଆମର ଦାୟିତ୍ବ । ଏହି ଉଦ୍ୟମ ଜାରି ରହିଛି । ହଜାର ହଜାର ସଂଖ୍ୟକ କାର୍ଯ୍ୟକର୍ତ୍ତା ପ୍ରରିଶ୍ରମ କରୁଛନ୍ତି । ମାତ୍ର ଜଣଙ୍କ ଭୁଲ ପାଇଁ ହଜାର ସଂଖ୍ୟକ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ବେକାର ହୋଇଯାଏ । ବିଚାରାଧାରା ସହିତ ରାଜନୀତି ଆଗକୁ ଯିବା ମହତ୍ତ୍ବପୂର୍ଣ୍ଣ ବୋଲି କହିଛନ୍ତି ନୀତିନ ଗଡକରୀ।

Comments are closed.