Latest Odisha News

ପର୍ଯ୍ୟଟନସ୍ଥଳୀର ନାଁ ‘ଘୋଷ୍ଟ ଟାଉନ’: ଯେଉଁଠି ରାମ ଭାଙ୍ଗିଥିଲେ ରାମ ସେତୁ

ନୂଆଦିଲ୍ଲୀ: ଭାରତରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ଆଉ ଆମେ ବୁଲିବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଯାଇଥାଉ। ହେଲେ ଏହି ମନୋରମ ପରିବେଶ ସହିତ କିଛି ସ୍ଥାନ ରହିଛି । ଯେଉଁ ସ୍ଥାନକୁ ଯିବାକୁ ଲୋକମାନେ ଡରିଥାନ୍ତି । ସଂଧ୍ୟା ହେଲେ ସେହି ସ୍ଥାନ ଜନଶୂନ୍ୟ ହୋଇଯାଏ। ଏହି ଜାଗାର ନାଁ ହେଲା ଧନୁଷକୋଡ଼ି । ସନ୍ଧ୍ୟା ସମୟରେ ଏହି ଜାଗାକୁ ଯିବା ଉପରେ ପ୍ରତିବନ୍ଧକ ରହିଛି । ଏହି ସ୍ଥାନକୁ ରାଜ୍ୟ ସରକାର ‘ଘୋଷ୍ଟ ଟାଉନ’ ଘୋଷିତ କରିଛନ୍ତି ।

କିମ୍ବଦନ୍ତୀ ଅନୁସାରେ ଲଙ୍କାରେ ବିଜୟ ପ୍ରାପ୍ତ କରି ଭଗବାନ ଶ୍ରୀରାମ ଯେତେବେଳେ ଫେରୁଥିଲେ ସେତେବେଳେ ରାବଣର ଭାଇ ବିଭୀଷଣଙ୍କୁ ଲଙ୍କାର ରାଜା କରିଥିଲେ। ଶ୍ରୀରାମଙ୍କର ଏହି ସ୍ଥାନ ସହ ଖାସ ସମ୍ବନ୍ଧ ଅଛି। ସେତେବେଳେ ବିଭୀଷଣ ଶ୍ରୀରାମଙ୍କୁ ଅନୁରୋଧ କରିଥିଲେ ଯେ ସେ ଲଙ୍କା ଯାଏଁ ଆସୁଥିବା ରାମ ସେତୁକୁ ଭାଙ୍ଗି ଦିଅନ୍ତୁ। ଧନୁ ସାହାଯ୍ୟରେ ଶ୍ରୀରାମ ସେତୁକୁ ଭାଙ୍ଗି ଦେଇଥିଲେ ଓ। ସେବେଠାରୁ ସେହି ସ୍ଥାନ ଧନୁଷକୋଡ଼ି ନାମରେ ଜଣାଶୁଣା।

ଏଠାରେ ନା ଲୋକ ଅଛନ୍ତି ନା କୌଣସି ଜିନିଷ। ଆଜି ବି ଏହି ଜାଗା ଶୂନଶାନ। ୧୬୬୪ ରେ ଏଠାରେ ଏକ ଭୟଙ୍କର ଝଡ ହୋଇଥିଲା ବୋଲି କୁହାଯାଏ। ଏହି ଭୟଙ୍କର ଝଡ଼ ହେବା ପରେ ପରେ ଏହା ଜନଶୂନ୍ୟ ହୋଇପଡ଼ିଛି । ପର୍ଯ୍ୟଟନସ୍ଥଳୀ ହୋଇଥିଲେ ବି ସଂଧ୍ୟା ହେଲେ ଏହି ସ୍ଥାନ ଛାଡି ସମସ୍ତେ ଚାଲିଯାନ୍ତି । ସଞ୍ଜ ହୋଇଗଲେ ଲୋକ ତ ସ୍ଥାନ ଛାଡି ଚାଲିଯାନ୍ତି । ହେଲେ ତା ପରେ ପରେ ଅଜବ ଶଦ୍ଦ ସବୁ ଶୁଣିବାକୁ ମିଳେ। ଲୋକଙ୍କ କହିବା ଅନୁସାରେ ଏଠାରେ ବହୁ ଅଶରୀର ଆତ୍ମାଙ୍କର ବାସ ରହିଛି। ସଂଧ୍ୟାହେଲେ ଏହି ଭୂତ ପ୍ରେତଙ୍କ ଆଗମନ ହୋଇଥାଏ । ରାତିରେ ବିକଟାଳ ଶଦ୍ଦଶୁଣିବା ପରେ ଲୋକେ ବି ଆତଙ୍କିତ ହୋଇପଡୁଛନ୍ତି ।

Comments are closed.