Latest Odisha News

ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ଝଲସିବ ପିପିଲି ଚାନ୍ଦୁଆ

ଭୁବନେଶ୍ବର: ସାରା ଦେଶରେ ଚମକିବ ପିପିଲି ଚାନ୍ଦୁଆ । ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ସ୍ଥାନ ପାଇବ ଓଡିଶା କାରୀଗରୀଙ୍କ ହାତର କଳା । ପିପିଲି ଚାନ୍ଦୁଆକୁ ନେଇ ଏପରି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର।

ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ପିପିଲି ଚାନ୍ଦୁଆ ସ୍ଥାନ ପାଇବ । ଦେଶର ସାତ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ଚାନ୍ଦୁଆର ପ୍ରସାର ପାଇଁ କାମ କରିବେ। ରବିବାର ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ପିପିଲି ଚାନ୍ଦୁଆର ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି କାରିଗର । ଏହା ରାଜ୍ୟ ପାଇଁ ନିହାତି ଗୌରବର କଥା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନେକ ଚାନ୍ଦୁଆ କାରିଗରଙ୍କୁ ଆହୁରି ଅଧିକ ଉତ୍ସାହିତ କରିବ ।

Comments are closed.