Latest Odisha News

ଅଯୋଧ୍ୟାର ମୂଳଦୁଆକୁ ଦୋହଲାଇଦେବୁ, ଖଲିସ୍ତାନୀ ଆତଙ୍କବାଦୀର ଧମକ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ଉଡାଇଦେବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକ। ଏକ ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ସେ ଧମକ ଦେଇଛି। ଭିଡିଓରେ ପନ୍ନୁ କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଉଥିବା ଜଣାପଡିଛି।

ଶିଖ୍ ଫର ଜଷ୍ଟିସ୍ ନାମକ ଆତଙ୍କବାଦୀ ସଂଗଠନର ମୁଖ୍ୟ ପନ୍ନୁ ଭିଡିଓରେ କହିଛି ଯେ ନଭେମ୍ବର ୧୬ ଏବଂ ୧୭ରେ ଅଯୋଧ୍ୟା ରାମ ମନ୍ଦିରରେ ହିଂସା ହେବ। ତେବେ ପନ୍ନୁ ଏହି ଭିଡିଓକୁ କାନାଡାର ବ୍ରମ୍ପଟନରେ ରେକର୍ଡ କରିଥିବା କୁହାଯାଉଛି। ଏହି ଭିଡିଓରେ ରାମ ମନ୍ଦିର ତଥା ଅନ୍ୟାନ୍ୟ ହିନ୍ଦୁ ଧର୍ମସ୍ଥଳୀ ବିରୁଦ୍ଧରେ ହିଂସା ସୃଷ୍ଟି କରିବାକୁ ମଧ୍ଯ ଧମକ ଦିଆଯାଇଛି।

ସେ ଆହୁରି ମଧ୍ଯ କହିଛି ଯେ, ‘ଆମେ ହିନ୍ଦୁତ୍ୱ ବିଚାରଧାରାର ଜନ୍ମସ୍ଥାନ ଅଯୋଧ୍ୟାର ମୂଳଦୁଆକୁ ଦୋହୋଲାଇଦେବୁ।’

Comments are closed.