ଭୁବନେଶ୍ୱର: ଦାଦାବଟି ମାଗିବା ଏବଂ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୂର୍ବତନ ଏନଏସୟୁଆଇ ରାଜ୍ୟ ସଭାପତି ତଥା ବର୍ତ୍ତମାନର ବିଜେପି ନେତା ଇତିଶ ପ୍ରଧାନଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ତାଙ୍କ ସହ ଆଉ ଦୁଇ ଜଣ ଅପର୍ନ ମିଶ୍ର ଏବଂ ବିପ୍ଳବ ପରିଡାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଅଭିଯୋଗକାରୀ ସରୋଜ କୁମାର ମିଶ୍ରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରିବା ସହ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁଯାୟୀ, ଗତ ନଭେମ୍ବର ୦୯ ତାରିଖ ବିଳମ୍ବିତ ରାତିରେ ତିନି ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ମିଶି ସରୋଜ ମିଶ୍ରଙ୍କୁ ଫୋନ କରି ନିଜକୁ ସହିଦନଗର ଥାନାର ଥାନାଧିକାରୀ ବୋଲି କହିବା ସହ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି ଏବଂ ତୁରନ୍ତ ଥାନାକୁ ଆସି ଦେଖା କରିବାକୁ କହିଥିଲେ । ଏହା ଶୁଣି ସରୋଜ ତୁରନ୍ତ ଆସି ଥାନା ନିକଟରେ ପହଞ୍ଚି ଗାଡ଼ିରୁ ଓଲ୍ହାଇବା କ୍ଷଣି, ଇତିଶଙ୍କ ସହ ତାଙ୍କ ସହଯୋଗୀମାନେ ଉକ୍ତ ବ୍ୟକ୍ତିଙ୍କ ମୁହଁକୁ କାଳି ମାଡ କରିବା ସହିତ ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ସରୋଜ ଗୁରୁତର ଆହତ ହୋଇଥିଲେ ।
ତେବେ ଘଟଣାର ପାଞ୍ଚ ଦିନ ପୂର୍ବରୁ ସରୋଜଙ୍କୁ ଦାଦାବଟି ମାଗିଥିଲେ ଅଭିଯୁକ୍ତ । ଦାଦାବଟି ଦେବା ଲାଗି ସରୋଜ ଅମଙ୍ଗ ହେବାରୁ ଅଭିଯୁକ୍ତ ମାନେ ତାଙ୍କ ଉପରେ ଏପରି ଆକ୍ରମଣ କରିଥିବା କହଛି ପୋଲିସ । ସେପଟେ ଗିରଫ ପରେ ପଚରାଉଚରା ବେଳେ ଅଭିଯୁକ୍ତ ମାନେ ନିଜ ଅପରାଧ ସ୍ଵୀକାର କରିଥିଲେ। ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ବିପ୍ଲବ ପରିଡାଙ୍କ ନାମରେ ବିଭିନ୍ନ ଥାନାରେ ୫ ଗୋଟି ମାମଲା ରହିଥିବା ବେଳେ, ଅଭିଯୁକ୍ତ ଇତିଶ ପ୍ରଧାନଙ୍କ ନାମରେ ମଧ୍ୟ ୫ ଗୋଟି ଅପରାଧିକ ମାମଲା ରହିଛି ।
Comments are closed.