ଭୁବନେଶ୍ଵର: ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲା । ଆସିଲା ନିଲମ୍ବିତ ୫ ପୋଲିସ ଅଧିକାରୀଙ୍କ ସାଇଣ୍ଟିଫିକ୍ ରିପୋର୍ଟ । କ୍ରାଇମବ୍ରାଞ୍ଚ ହାତରେ ହସ୍ତଗତ ହୋଇଛି ଗୁଜରାଟ ଡିଏଫଏସଏଲର ରିପୋର୍ଟ । ପୂର୍ବତନ ଆଇଆଇସି ଦୀନକୃଷ୍ଣଙ୍କ ବି ଟେଷ୍ଟ ରିପୋର୍ଟ ଆସିଛି । ପଲିଗ୍ରାଫ ଟେଷ୍ଟ ରିପୋର୍ଟ ସହ ନାର୍କୋ ଓ ବ୍ରେନ୍ ମ୍ୟାପିଂ ରିପୋର୍ଟ ହସ୍ତଗତ ହୋଇଛି । ସେପଟେ ରିପୋର୍ଟ ମିଳିବା ପରେ ରିପୋର୍ଟକୁ ନେଇ ତର୍ଜମା ଆରମ୍ଭ କରିଛି ତଦନ୍ତକାରୀ ଟିମ୍ । ଏବେ ମୋବାଇଲ ଫୋନର ଫରେନସିକ ରିପୋର୍ଟକୁ ଅପେକ୍ଷା ରହିଛି ।
ସୂଚନା ଅନୁସାରେ, ଗୁଜୁରାଟ ଫରେନସିକ୍ ଲାବ୍ରେ ଭରତପୁର ଥାନା ଅଧିକାରୀଙ୍କର ଫରେନସିକ୍ ଓ ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ର ବ୍ରେନମ୍ୟାପିଂ, ପଲିଗ୍ରାଫ ଓ ନାର୍କୋଟେଷ୍ଟ କରାଯାଇଥିଲା । ସେହିପରି ତିନି ଜଣ ଏସ୍ଆଇ ଓ ଜଣେ ଏଏସ୍ଆଇଙ୍କର ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ଗତ ଦୁଇ ଦିନ ତଳେ କ୍ରାଇମବ୍ରାଞ୍ଚ ହାତରେ ଫରେନସିକ୍ ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ଆଜି ସାଇଣ୍ଟିଫିକ୍ ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇଛି ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ପୀଡ଼ିତା ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣ କରିବା ସହ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ।
Comments are closed.