Latest Odisha News

ୟୁଟ୍ୟୁବରେ ବିଧାୟକଙ୍କୁ ଆକ୍ଷେପ କରିବା ପଡିଲା ମହଙ୍ଗା, ଯୁବକ ଗିରଫ

କେନ୍ଦ୍ରାପଡା: ୟୁଟ୍ୟୁବରେ ବିଧାୟକଙ୍କୁ କଟାକ୍ଷ କରି ବନ୍ଧା ହେଲେ ଯୁବକ । ଏଭଳି ଖବର ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ । ଯାଜପୁର ଜିଲ୍ଲା ଧର୍ମଶାଳ ବିଧାୟକ ହିଂମାଶୁ ଶେଖର ସାହୁଙ୍କ ବିରୋଧରେ ଲଗାତାର କିଛି ମାସ ହେବ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଗିରଫ ହେଲେ ୟୁଟ୍ୟୁବର ଜୟଦେବ ଲେଙ୍କା ।

ଖବର ମୁତାବକ, ଧର୍ମଶାଳା ବିଧାୟଙ୍କ ବିରୋଧରେ ପ୍ରାୟ ୪ ମାସ ହେବ ବାରମ୍ବାର ସୋଶାଲ ମିଡ଼ିଆରେ ଆପତ୍ତିଜଣକ ମନ୍ତବ୍ୟ ପୋଷ୍ଟ କରୁଥିଲେ ଜୟଦେବ । ଏନେଇ ବିଧାୟକଙ୍କ ସମର୍ଥକ ଗତ ୨୮ ତାରିଖରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଘଟଣାର ଛାନଭିନ କରିବ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଏହାପରେ ଭୁବନେଶ୍ୱରରୁ ଜୟଦେବଙ୍କୁ ଗିରଫ କରି ଧର୍ମଶାଳା ପୋଲିସ ନେଇଥିବା ସୂଚନା ରହିଛି । ତେବେ ଜୟଦେବ କେଉଁ କାରଣରୁ ଧର୍ମଶାଳା ବିଧାୟକଙ୍କ ବିରୋଧରେ ଏପରି ପୋଷ୍ଟ କରୁଥିଲେ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.