Latest Odisha News

BREAKING NEWS

ରିଲ୍ସ ପାଇଁ ଷ୍ଟଣ୍ଟ, ଟ୍ରାକରେ ଫସିଲା ଥାର୍; ଆଉ ତାପରେ…

ଜୟପୁର: ସୋସିଆଲ ମିଡିଆରେ ଫେମସ ହେବା ପାଇଁ ଆଜିକାଲିର ଯୁବପିଢି କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ରାଜସ୍ଥାନ ଜୟପୁରର ହରମାଡା ଥାନା ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା।

ଯୁବକ ଜଣକ ରିଲ୍ସ ବନେଇବା ପାଇଁ ମଦ ନିଶାରେ ଥାର୍ ଗାଡି ନେଇ ରେଳ ଟ୍ରାକ୍ ଉପରକୁ ଚଢି ଯାଇଥିଲେ। ଟ୍ରାକରେ ଗାଡ଼ି ଦୌଡାଇବାକୁ ଚେଷ୍ଟା କରୁଥିବା ବେଳେ ଗାଡିର ଚକ ଟ୍ରାକରେ ଫସି ଯାଇଥିଲା।

ଏହି ସମୟରେ ଟ୍ରାକରେ ହଠାତ୍ ଏକ ମାଲଗାଡି଼ ଟ୍ରେନ୍ ଆସୁଥିବାବେଳେ ​ଲୋକୋ ପାଇଲଟ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନକୁ ଠିକ୍ ସମୟରେ ଅଟକାଇ ଦେଇଥିଲେ ଯାହାଫଳରେ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇ ପାରିଥିଲା।

ଏହା ପରେ ଲୋକଙ୍କ ସାହାଯ୍ୟରେ ପ୍ରାୟ ୧୫ ମିନିଟ ପରିଶ୍ରମ ପରେ ଗାଡିଟିକୁ ରେଳ ଟ୍ରାକରୁ ବାହାର କରାଯାଇଥିଲା।

ତେବେ ଟ୍ରାକରୁ ଗାଡି ବାହାରିବା ପରେ ଅଭିଯୁକ୍ତ ଜଣକ ସେଠାରୁ ପଳାଇ ମୁଣ୍ଡିଆ ରାମସର ଆଡକୁ ଯାଉଥିବାବେଳେ ରାସ୍ତାରେ ମଧ୍ଯ ଦୁଇରୁ ତିନି ଜଣଙ୍କୁ ମଧ୍ୟ ଧକ୍କା ଦେଇଥିବା ସୂଚନା ମିଳିଛି। ଅପରପକ୍ଷ ରେ ସ୍ଥାନୀୟ ପୋଲିସ ଏବଂ ଆରପିଏଫ ଏହି ବିଷୟରେ ସୂଚନା ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲେ।

Leave A Reply

Your email address will not be published.