Latest Odisha News

ଯଦି ପୃଥିବୀରୁ ଲୋପ ପାଇ ଯାଆନ୍ତି ମଣିଷ ଜାତି….

ଭୁବନେଶ୍ବର: କେବେ ଆପଣ ଭାବିଛନ୍ତି କି? ଯଦି ପୃଥିବୀରେ ମଣିଷ ହିଁ ନ ରହେ..ପରିବର୍ତ୍ତିତ ଜଳବାୟୁ ଏବଂ ବାରମ୍ବାର ବିଶ୍ବ ଯୁଦ୍ଧ ଯଦି ପୃଥିବୀରୁ ମଣିଷର ଚିହ୍ନ ଲିଭାଇ ଦିଏ? ତାହାଲେ କ’ଣ ହେବ? ମଣିଷ ପରେ କିଏ ପୃଥିବୀରେ ରାଜ୍ କରିବ? ଏମିତି କିଛି ପ୍ରଶ୍ନର ଏବେ ଉତ୍ତର ଖୋଜି ବାହାର କରିଛନ୍ତି ବୈଜ୍ଞାନିକ । ଏହି ନିକଟରେ ହୋଇଥିବା ଏକ ଅଧ୍ୟୟନରେ ପ୍ରକାଶ କରିଛି ଯେ ସମସ୍ତ ମଣିଷ ଜାତି ଲୋପ ପାଇଗଲେ ପୃଥିବୀରେ କେଉଁ ପ୍ରାଣୀ ବଞ୍ଚିବେ..

ତେବେ ଏହାକୁ ନେଇ ବିଶ୍ବର ଅଭିଜ୍ଞପୂର୍ଣ୍ଣ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଆଠ ଅଙ୍ଗ ବିଶିଷ୍ଟ ଜୀବ ଅକ୍ଟୋପସ୍, ମଣିଷ ପରେ ପୃଥିବୀରେ ପ୍ରଧାନ ପ୍ରଜାତି ଭାବେ ମୁଣ୍ଡ ଟେକିପାରେ । ଅଧ୍ୟୟନ ଆହୁରି କହିଛି, ସାମୁଦ୍ରିକ ମେରୁଦଣ୍ଡୀ ପ୍ରାଣୀଙ୍କ ପାଖରେ ଆବଶ୍ୟକ ଅନୁଯାୟୀ ମାନସିକ ଏବଂ ଶାରୀରିକ କ୍ଷମତା ରହିଛି । ଯଦି ଯୁଦ୍ଧ କିମ୍ବା ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଣିଷ ସମାଜ ପୋଛି ହୋଇଯାଏ, ତାହାଲେ ସେମାନେ ପରବର୍ତ୍ତୀ ପ୍ରଜାତି ଭାବେ ଏକ ନୂତନ ସଭ୍ୟତା ସୃଷ୍ଟି କରିପାରିବେ ।

ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସରଙ୍କ ଅନୁଯାୟୀ, ଅକ୍ଟୋପସ୍ ଭଳି ସାମୁଦ୍ରିକ ଜୀବଙ୍କ ଠାରେ ଚତୁରତା, କୌତୁହଳତା, ମଣିଷ ଭଳି ପରସ୍ପର ସହ ଯୋଗାଯୋଗ କରିବାର କ୍ଷମତା ଏବଂ ସର୍ବୋଚ୍ଚ ବୁଦ୍ଧି ଧାରଣ କରିବାର କ୍ଷମତା ରହିଛି । ଯାହା ଭବିଷ୍ୟତରେ ଅତ୍ୟାଧୁନିକ ଜ୍ଞାନକୗଶଳକୁ ବୃଦ୍ଧି କରାଇ ଆଣ୍ଟଲାଟିସ୍ ଭଳି ବୃହତ କ୍ଷେତ୍ରରେ ଏକ ଜଳ ପରିସଂସ୍ଥା ସୃଷ୍ଟି କରିବାର ସମ୍ଭାବ୍ୟ ରହିଛି । ଅକ୍ଟୋପସ୍ ପାଖରେ ବି କ୍ଷମତା ରହିଛି ଯେ ସେମାନେ ମଣିଷ ପରେ ଏକ ଗୁଣବତ୍ତା ପରିସଂସ୍ଥା ସୃଷ୍ଟି କରିପାରିବେ ।

ତେବେ ସେ ଆହୁରି କହିଛନ୍ତି, ଏଟା ସତ ଅକ୍ଟୋପସ୍ ପୃଥିବୀକୁ ସଂପୂର୍ଣ୍ଣ ସୁହାଉଥିବା ଭଳି ମଣିଷ ପ୍ରଜାତିକୁ ସ୍ଥାନାନ୍ତରିତ କରିପାରିବେ ନାହିଁ । କିନ୍ତୁ ସେମାନଙ୍କ ପାଖରେ ଏ କ୍ଷମତା ଅଛି ଯେ, ସେମାନେ ଶିକାର ଜ୍ଞାନକୌଶଳ ବ୍ୟବହାର କରି ଜଳ ବାହାରେ ସେମାନଙ୍କ ଜୀବନକୁ ଆହୁରି ବୃଦ୍ଧି କରିପାରିବେ । ଖାଲି ସେତିକି ନୁହେଁ, ଯଦି ବି ଭବିଷ୍ୟତରେ କୌଣସି କାରଣ ବଶତଃ ମଣିଷ ଅଦୃଶ୍ୟ ହୋଇଯାଏ, ତାହା ହେଲେ ଏହି ସାମୁଦ୍ରିକ ସେଫାଲୋପୋଡ୍ସ ବର୍ତ୍ତମାନ ପୂରା ପୃଥିବୀକୁ ଉପନିବେଶ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଏଥିସହିତ ମଣିଷ ଭଳି ଅକ୍ଟୋପସ୍ ମଧ୍ୟ, ଚତୁର, ପରିସ୍ଥିତି ସହ ଖାପ ଖୁଆଇବା ଭଳି ଏବଂ ସୁବୁଠୁ ଗୁରୁତ୍ବପୂର୍ଣ୍ଣ ସମ୍ବଳଯୁକ୍ତ ପ୍ରାଣୀ ଅଟେ । ଯେହେତୁ ସେ ତାଙ୍କ ଆକାର ଇଚ୍ଛା ଅନୁସାରେ ବୃଦ୍ଧି କରିପାରନ୍ତି, ତେଣୁ ଏହି ଅତ୍ୟାଧୁନିକ ବିଶ୍ବ ସହ ସେମାନଙ୍କ ଶାରୀରିକ ଗଠନ, ବିକେନ୍ଦ୍ରୀକରଣ ସ୍ନାୟବିକ ସଂସ୍ଥା ଏବଂ ସମସ୍ୟା ସମାଧାନ କ୍ଷମତା ବେଶ୍ ସୁହାଇବ । ଏଥିସହିତ ସେମାନେ ପଜଲକୁ ବି ସମାଧାନ କରିବା ସହିତ ନିଜର ପରିବେଶକୁ ମଧ୍ୟ ଦ୍ବନ୍ଦ୍ବରେ ପକାଇପାରିବେ । ନିଜ ଟେଣ୍ଟାକିଲକୁ ବ୍ୟବହାର କରି ସେମାନେ ବାସ୍ତବତା ଏବଂ ଭରଚୁଆଲ ବସ୍ତୁ ମଧ୍ୟରେ ପାର୍ଥକ୍ୟ ଭେଦ କରିପାରିବେ ।

Leave A Reply

Your email address will not be published.