Latest Odisha News

BREAKING NEWS

ଆତଙ୍କ ସୃଷ୍ଟି କଲେଣି ବୁଲା କୁକୁର, ଗୋଟିଏ ଦିନରେ ୧୭ ଜଣ ଆହତ

ଟିଟିଲାଗଡ: ଘାରିଲାଣି କୁକୁର ଆତଙ୍କ। ସହରରେ କୁକୁରଙ୍କ ଦୌରାତ୍ମ୍ୟ ସୀମା ଲଂଘିଲାଣି। କେତେବେ‌ଳେ ବାଇକ୍‌ଆରେହୀ ତ କେତେବେଳେ ସ୍କୁଲ ପିଲା ବୁଲା କୁକୁରଙ୍କ ଶିକାର ହେଉଛନ୍ତି। ପରିସ୍ଥିତି ଏମିତି ହେଲାଣି ଯେ ଏହି ବୁଲାକୁକୁର ଏଣେତେଣେ ଲୋକଙ୍କୁ ଆକ୍ରମଣ କଲେଣି। ବଲାଙ୍ଗୀର ଜିଲ୍ଲା ସଇଁତଳାରେ ବୁଲା କୁକୁରଙ୍କ ଆତଙ୍କ ବଢିଚାଲିଛି। ଗୋଟିଏ ଦିନରେ ୧୭ ଜଣଙ୍କୁ କାମୁଡିଲା ବୁଲା କୁକୁର ।

୭ ଜଣ ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରୁ ଜଣେ ୨ ବର୍ଷିୟା ଶିଶୁ ଥିବା ଜଣାପଡ଼ିଛି। ଗୁରୁତର ଆହତ ବ୍ୟକ୍ତିମାନେ ସଇଁତଳା ଅଞ୍ଚଳର ଡୁମାଲପଡ଼ା, ପିପୃଟ ଓ ଡୁକେର, ଚରଚରା ଅଞ୍ଚଳର ବୋଲି ଜଣାପଡ଼ିଛି। ସଇଁତଳାରେ ବିଭିନ୍ନ ଛକସ୍ଥାନରେ ତଥା ଗଳିକନ୍ଦିରେ ବୁଲା କୁକୁରଙ୍କ ସଂଖ୍ୟା ଆଶାତୀତ ଭାବେ ବଢିଯାଇଛି। କୁକୁର ପ୍ରାର୍ଦୁଭାବରେ ପଥଚାରୀ, ଦୁଇ ଚକିଆ ଯାନ ଚାଳକ ଓ ବିଶେଷକରି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନେ ଭୟଭୀତ ହୋଇପଡୁଛନ୍ତି।

ପ୍ରତ୍ୟେକ ଗଳିରେ ୧୦ରୁ ୧୨ଟି କୁକୁର ରହି ବିଭିନ୍ନ ସାହିବସ୍ତିରେ ଅବାଧ ବିଚରଣ କରୁଛନ୍ତି । ଏମାନଙ୍କ ମଧ୍ୟରେ ରୋଗାକ୍ରାନ୍ତ ଓ ପାଗଳ କୁକୁରେ ମଧ୍ୟ ରହିଥିବାର ପରିଲକ୍ଷିତ ହେଉଛି । ବିଶେଷକରି ସନ୍ଧ୍ୟା ସମୟ ଅତିକ୍ରାନ୍ତ ପରେ ଏହି ବୁଲାକୁକୁରମାନଙ୍କର ଆତଙ୍କ ବଢି ଯାଉଛି। ବନ୍ଧ୍ୟାକରଣ ଯୋଜନା ଦିଶାହରା ହୋଇପଡ଼ି ଥିବାରୁ ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.