Latest Odisha News

BREAKING NEWS

ଓଡିଶା ଫେରିବେ ଆଇଏଏସ୍ ମନୋଜ କୁମାର ସାହୁ

ନୂଆଦିଲ୍ଲୀ: ଓଡିଶା ଫେରିବେ ୨୦୦୬ ବ୍ୟାଚର ଆଇଏଏସ୍ ମନୋଜ କୁମାର ସାହୁ । ମନୋଜଙ୍କୁ ଓଡିଶା କ୍ୟାଡରକୁ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଛି । ତେବେ ବର୍ତ୍ତମାନ ମନୋଜ ଡେପୁଟି ନିର୍ବାଚନ କମିଶନର କାର୍ଯ୍ୟରତ ଅଛନ୍ତି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଶନିବାର ରାଜ୍ୟ ଗୃହ ବିଭାଗକୁ ସୂଚିତ କରାଯାଇଛି ।

ତେବେ ୨୦୦୬ ବ୍ୟାଚ୍ ଆଇଏଏସ୍ ମନୋଜ କୁମାର ସାହୁ  ଓଡିଶାର ଜଗତତ୍ସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ସିଙ୍ଗାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ(ଏଜିଏମୟୁଟି) କ୍ୟାଡରର ହୋଇଥିବା ବେଳେ ତାଙ୍କର ଦକ୍ଷତା ପାଇଁ କର୍ମଚାରୀ ଏବଂ ତାଲିମ ବିଭାଗକୁ ଆଣିବା ପାଇଁ ପ୍ରସ୍ତାବ ଦିଆଯାିଥିଲା ।

ତେବେ ସର୍ବକନିଷ୍ଠ ଡେପୁଟି ନିର୍ବାଚନ କମିଶନର ଭାବେ ଅବସ୍ଥାପିତ ହୋଇଥିବା ମନୋଜ ଜଣେ ଦକ୍ଷତା ପୂର୍ଣ୍ଣ ଆଇଏଏସ୍ ଅଧିକାରୀ ଏବଂ ଅମଲାତନ୍ତ୍ରରେ ତାଙ୍କର ସଚ୍ଚୋଟତା ପାଇଁ ସେ ପରିଚିତ ।

ପୂର୍ବରୁ ସେ ଜଳ ଶକ୍ତି ମନ୍ତ୍ରଣାଳୟ ସମେତ ଫ୍ଲାଗସିପ୍ ପାନୀୟ ଜଳ କାର୍ଯ୍ୟକ୍ରମ, ହର ଘର ଜଲ୍ ଭଳି ଯୋଜନାରେ କାର୍ଯ୍ୟ କରିଛନ୍ତି । ଏଥିସହିତ ଉଭୟ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟରେ କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ ମଧ୍ୟ ସମ୍ବେଦନଶୀଳ କାର୍ଯ୍ୟ ଏବଂ ବିକାଶ କ୍ଷେତ୍ର ପରିଚାଳନା କରିବାରେ ତାଙ୍କର ଅଭିଜ୍ଞତା ରହିଛି  । ସେ ଦାଦ୍ରା ଏବଂ ନଗର ହାବେଳୀ, ଡାମନ, ଡିଉର ଏଡିଏମ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟ କରିଛନ୍ତି । ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ସେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଥିବା ଜୁଆଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଥିଲେ । ଆଦିବାସୀଙ୍କ ପାଇଁ ଅନେକ ପ୍ରଗତିଶୀଳ କାର୍ଯ୍ୟରେ ମୁଖର ଥିବା ମନୋଜଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଦିଆଯିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.