Latest Odisha News

BREAKING NEWS

ପ୍ରଥମ ଟେଷ୍ଟରେ ଚୂଡାନ୍ତ ଏକାଦଶକୁ ନେଇ ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ

ପର୍ଥ: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ କ୍ରିକେଟ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ । ଆଶେସ ସିରିଜ ଜରେ ଏହି ସିରିଜ ଉପରେ ସମସ୍ତଙ୍କ ନଜର ରହିଛି । ପର୍ଥ ଟେଷ୍ଟରେ ଭାରତ ୩ ପେସର କିମ୍ବା ୨ ସ୍ପିନର ଖେଳାଇବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରାହ ଦଳର ନେତୃତ୍ୱ ନେବେ । ରୋହିତ ଏବଂ ଶୁଭମନ ଗିଲ ପ୍ରଥମ ଟେଷ୍ଟରେ ଖେଳିବେ ନାହିଁ । କେଏଲ ରାହୁଲ ଓପନିଂ କରିବେ ଏବଂ ଦେବଦତ ପାଡିକଲ ଓ ଧ୍ରୁବ ଜୁରେଲ ୬ଷ୍ଠ ସ୍ଥାନରେ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି । ଧ୍ରୁବ ଓ ସର୍ଫରାଜ ଖାଁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେବ ବୋଲି ଅନୁମାନ କରାଯାଉଛି ।

ବିରାଟ କୋହଲି ଓ ରିଷଭ ପନ୍ତ ୪ ଏବଂ ୫ ନମ୍ବର ସ୍ଥାନରେ ଖେଳିବେ । ଅଲରାଉଣ୍ଡର ଭାବେ ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ । ଅଷ୍ଟ୍ରେଲିଆ ଦଳରେ ୩ ଜଣ ବାମହାତୀ ବ୍ୟାଟ୍ସମ୍ୟାନ ଥିବାରୁ ରବିଚନ୍ଦ୍ରନ ଅଶ୍ୱୀନ ଖେଳିବା ଏକପ୍ରକାର ନିଶ୍ଚିତ । ସବୁଠାରୁ ବଡ ପ୍ରଶ୍ନ ବୁମରାହଙ୍କ ବୋଲିଂ ପାର୍ଟନର କିଏ ହେବ ? ହର୍ଷିତ ରାଣାଙ୍କ ନିକଟରେ ଅଭିଜ୍ଞତା ନ ଥିଲେ ମଧ୍ୟ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ମହମ୍ମଦ ସିରାଜ, ଆକାଶଦୀପ ଓ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ପ୍ରଭାବୀ ବୋଲିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ପିଚକୁ ଭଲ ଭାବେ ଅନୁଧ୍ୟାନ କରିବା ପରେ ଚୂଡାନ୍ତ ଏକାଦଶ ଘୋଷଣା କରାଯିବ ବୋଲି ଟିମ ମ୍ୟାନେଜମେଂଟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.