ଭୁବନେଶ୍ବର: ଆଉ ଦିନେ ବଢିଲା କଟକ ବାଲିଯାତ୍ରା ଅବଧି। ୨୨ତାରିଖ ପରିବର୍ତ୍ତେ ୨୩ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା। ସାଧାରଣ ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ଐତିହାସିକ କଟକ ବାଲିଯାତ୍ରାର ଅବଧିକୁ ଦିନେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ଚଳିତ ନଭେମ୍ବର ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ବାଲିଯାତ୍ରା ଅଷ୍ଟମ ପରିବର୍ତ୍ତେ ନବମ ଦିବସରେ ଉଦଯାପନ ହେବ।
ପରେ ବୈଷ୍ଣବ ପାଣି ମଞ୍ଚରେ ସୋନୁ ନିଗମଙ୍କ ସଙ୍ଗୀତ ପରିବେଷଣ ସନ୍ଧ୍ୟା କାର୍ଯକ୍ରମ ସମାପ୍ତ ପରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାଉ ସାହେବ ଶିନ୍ଦେ ଏହି ଘୋଷଣା କରିଛନ୍ତି।
ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଐତିହାସିକ ବାଲିଯାତ୍ରା ଅବଧିକୁ ଆଉ ଏକ ଦିନ ବୃଦ୍ଧି କରିଛନ୍ତି। ଚଳିତ ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ନବମ ଦିବସରେ ଉଦ୍ଯାପନ ହେବ। #Balijatra2024 #Cuttack
— CMO Odisha (@CMO_Odisha) November 19, 2024
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବାଲିଯାତ୍ରାକୁ ଉଦଘାଟନ କରିଥିଲେ । ଚଳିତବର୍ଷ କଟକ ବାଲିଯାତ୍ରାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନଙ୍କୁ ଦେଖିବାକୁ ମିଳିଥିଲା। ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହାକୁ ଆଉ ଦିନେ ବଢା ଯାଇଛି।