Latest Odisha News

BREAKING NEWS

ବର୍ଡର-ଗାଭାସ୍କର ଟ୍ରଫିରେ ଏହି ସବୁ ରେକର୍ଡ ଭାଙ୍ଗି ପାରନ୍ତି କୋହଲି

ପର୍ଥ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କୋହଲି ଏବେ ଚାପରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜରେ କୋହଲିଙ୍କ ନିକଟରେ ଅନେକଗୁଡିଏ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି । ଅଷ୍ଟ୍ରେଲିଆ ମାଟିରେ କିଙ୍ଗ କୋହଲିଙ୍କ ପ୍ରଦର୍ଶନ ଭଲ ରହିଥିବାରୁ ପ୍ରଶଂସକମାନେ ତାଙ୍କଠାରୁ ସ୍ମରଣୀୟ ଇନିଂସ ଆଶା କରୁଛନ୍ତି । ଆସନ୍ତୁ ନଜର ପକାଇବା କେଉଁ ରେକର୍ଡ ସବୁ କୋହଲି ଏହି ସିରିଜରେ ଭାଙ୍ଗି ପାରନ୍ତି ।

ଅଷ୍ଟ୍ରେଲିଆରେ ସର୍ବାଧିକ ରନ: ଭାରତ ପକ୍ଷରୁ ଅଷ୍ଟ୍ରେଲିଆରେ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡ କୋହଲି ଭାଙ୍ଗି ପାରନ୍ତି । ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆରେ ୧୮୦୯ ରନ କରିଥିବା ବେଳେ କୋହଲି ୧୩୫୨ ରନ ହାସଲ କରିଛନ୍ତି । ଏହି ସିରିଜରେ ୪୫୮ ରନ କଲେ ସଚିନଙ୍କ ରେକର୍ଡ ଭାଙ୍ଗିବେ ।
ସର୍ବାଧିକ ଶତକ: ଭ୍ରମଣକାରୀ ଦଳ ପକ୍ଷରୁ ଅଷ୍ଟ୍ରେଲିଆ ସର୍ବାଧିକ ଶତକ ହାସଲ କରିବା ରେକର୍ଡ ମଧ୍ୟ ବିରାଟ ହାସଲ କରିବା ସମ୍ଭାବନା ରହିଛି । କୋହଲି ଏଠାରେ ୬ଟି ଶତକ ମାରିଛନ୍ତି । ଜ୍ୟାକ୍ସ ହବ୍ସ ସର୍ବାଧିକ ୯ ଶତକ ମାରିଛନ୍ତି । ନୂତନ କୀର୍ତିମାନ ହାସଲ କରିବା ପାଇଁ ତାଙ୍କୁ ଆଉ ୪ ଶତକର ଆବଶ୍ୟକତା ରହିଛି ।ଆଡିଲେଡରେ ସର୍ବାଧିକ ରନ: କୋହଲିଙ୍କ ଆଡିଲେଡ ଓଭାଲରେ ଭଲ ପ୍ରଦର୍ଶନ କରିବା ନିୟମିତ ଅଭ୍ୟାସରେ ପରିଣତ ହୋଇଛି । ସେ ଏଠାରେ ୫୦୯ ରନ ସଂଗ୍ରହ କରିଛନ୍ତି । ଆଉ ୧୦୨ ରନ କଲେ ବ୍ରାଏନ ଲାରାଙ୍କ ୬୧୦ ରନ ରେକର୍ଡକୁ ଭାଙ୍ଗିପାରିବେ ।

ଅଷ୍ଟ୍ରେଲିଆରେ ସର୍ବାଧିକ ସ୍କୋର: ସମସ୍ତ ଫର୍ମାଟରେ କୋହଲି ଅଷ୍ଟ୍ରେଲିଆରେ ୩୪୨୬ ରନ ସଂଗ୍ରହ କରି ଶୀର୍ଷରେ ରହିଛି । ସଚିନ ୩୩୦୦ ରନ ସହ ତାଙ୍କ ପଛକୁ ରହିଛନ୍ତି । କୋହଲି ଆଉ ୫୭୪ ରନ କଲେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏଠାରେ ୪୦୦୦ ରନ ସଂଗ୍ରହ କରିବେ ।

ଆଡିଲେଡ ଓଭାଲରେ ସର୍ବାଧିକ ଶତକ: କୋହଲି ତାଙ୍କ ପ୍ରିୟ ଗ୍ରାଉଣ୍ଡ ଆଡିଲେଡ ଓଭାଲରେ ଜ୍ୟାଜ ହବ୍ସଙ୍କ ସମକକ୍ଷ ୫ ଶତକ ହାସଲ କରିଛନ୍ତି । ଆଉ ଗୋଟିଏ ଶତକ ହାସଲ କଲେ ଏଠାରେ ସର୍ବାଧିକ ଶତକ ହାସଲରେ ନୂତନ କୀର୍ତିମାନ ସ୍ଥାପନ କରିବେ ।

ସର୍ବାଧିକ ଚୌକା: ସଚିନ ତେନ୍ଦୁଲକର ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଅଷ୍ଟ୍ରେଲିଆରେ ସର୍ବାଧିକ ୨୦୯ ଚୌକା ମାରିଛନ୍ତି । କୋହଲି ୫୯ ଚୌକା ମାରିଲେ ତାଙ୍କ ରେକର୍ଡ ଅତିକ୍ରମ କରିବେ ।ଅଷ୍ଟ୍ରେଲିଆରେ ଶହେ ମ୍ୟାଚ: ଏହି ସିରିଜରେ କୋହଲି ଆଉ ୩ଟି ମ୍ୟାଚ ଖେଳିଲେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଅଷ୍ଟ୍ରେଲିଆରେ ଶହେ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିବେ । ସଚିନ ଏଠାରେ ୧୧୦ ମ୍ୟାଚ ଖେଳି ଆଗରେ ରହିଛନ୍ତି ।
ସର୍ବାଧିକ ଶତକ: ଅଷ୍ଟ୍ରେଲିଆରେ ସଚିନ ତେନ୍ଦୁଲକର ଓଭରାଲ ୨୦ ଶତକ ହାସଲ କରିଛନ୍ତି । କୋହଲି ଆଉ ୪ ଶତକ ମାରି ତାଙ୍କ ସହ ସମକକ୍ଷ ହୋଇପାରିବେ ।

Leave A Reply

Your email address will not be published.